ଖଲିସ୍ତାନୀ ଆତଙ୍କବାଦୀଙ୍କ ସମ୍ପତ୍ତି ଜବତ ହେବ

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତ ସରକାର ନିର୍ଦେଶ ଦେଇଛନ୍ତି । ବିଶେଷ କରି ଭାରତୀୟ ହିନ୍ଦୁମାନଙ୍କୁ ଟାର୍ଗେଟ କରି କହିଥିବା ଖଲିସ୍ତାନୀ ଆତଙ୍କବାଦୀ ଗୁରୁପନ୍ତ ପନ୍ନୁର ଭିଡିଓ ଭାଇରାଲ ପରେ ଏନେଇ ଅଫିସରମାନଙ୍କୁ କୁହାଯାଇଛି ତାଲିକା ପ୍ରସ୍ତୁତ କରିବା ପାଇଁ । ପନ୍ନ କାନାଡା ଏବଂ ଆମେରିକାରେ ଖଲିସ୍ତାନୀମାନଙ୍କୁ ଏକଜୁଟ କରି ଭାରତ ବିରୋଧରେ ଲଢ଼ାଇ ପାଇଁ ସମର୍ଥନ ଯୋଗାଡ କରୁଛି ।  ଯେଉଁ ଖଲିସ୍ତାନୀ ଆତଙ୍କବାଦୀମାନେ କାନାଡା, ଆମେରିକା, ଅଷ୍ଟ୍ରେଲିଆ, ବ୍ରିଟେନରେ ରହୁଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ କରାଯିବ । ତାଙ୍କର ଭାରତରେ ଥିବା ସଂପତ୍ତି ଜବତ ହେବ । କେବଳ ତାଙ୍କର ସମ୍ପତ୍ତି ନୁହେଁ ସେମାନଙ୍କ ପରିବାରଲୋକଙ୍କ ମଧ୍ୟ ବ୍ୟାଙ୍କ ଆକାଉଂଟ ସିଜ କରିବାକୁ ଭାରତ ସରକାର ନିର୍ଦେଶ ଦେଇଛନ୍ତି ।  ଭାରତ-କାନାଡା ବିବାଦ ଭିତରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ଏବେ ଏସବୁର ତଦନ୍ତ କରିବାକୁ ଯାଉଛି । ଏନଆଇଏର ଏହି ତାଲିକାରେ ଥିବା ସମସ୍ତ ନାମ ଭାରତରେ ମୋଷ୍ଟ ୱାଣ୍ଟେଡ୍ ଏବଂ ବ୍ରିଟେନ, ଆମେରିକା, କାନାଡା,ଅଷ୍ଟ୍ରେଲିଆରେ ସେମାନେ ଏବେ ବସବାସ କରୁଥିବା ଜଣାପଡିଛି ।  ଦୁବାଇ, ପାକିସ୍ତାନରୁ ଏହି ଆତଙ୍କବାଦୀଙ୍କୁ ବିପୁଲ ଅର୍ଥ ମିଳୁଛି । ଆଗାମୀ ଦିନରେ ପଳାତକ ଖଲିସ୍ତାନୀଙ୍କ ସମ୍ପତ୍ତି ଜବତ କରାଯିବ। ଏହି ଖଲିସ୍ତାନୀ ଆତଙ୍କବାଦୀମାନେ ବିଦେଶ ମାଟିରୁ ଭାରତ ବିରୋଧୀ ପ୍ରଚାର ଚଳାଇଛନ୍ତି।