କେରଳ ରାଜ୍ୟର ନାମ କେରଳମ୍ କରିବାକୁ ଦାବି
ତ୍ରିଭେନ୍ଦ୍ରମ: କେରଳ ରାଜ୍ୟର ନାମ କେରଳରୁ କେରଳମ୍ ହେବ । ଏ ନେଇ ଏକ ପ୍ରସ୍ତାବ କେରଳ ବିଧାନସଭାରେ ଗୃହୀତ ହୋଇଛି ଓ ସରକାରୀ ଭାବେ ନାମ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏହି ସଂକଳ୍ପ ଆଗତ କରିଥିଲେ, ଯେଉଁଥିରେ ସେ କେନ୍ଦ୍ର ସରକାରଙ୍କୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ ସମସ୍ତ ଭାଷାରେ ରାଜ୍ୟର ନାମ ପରିବର୍ତ୍ତନ କରି ‘କେରଳମ୍’ କରିବାକୁ ଅନୁରୋଧ କରିଥିଲେ। କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ୟୁଡିଏଫ (ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ) କୌଣସି ସଂଶୋଧନ କିମ୍ବା ପରିବର୍ତ୍ତନ ପ୍ରସ୍ତାବ ନ ଦେଇ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲା।