ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଦିନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରୁ ଡକାଇ ଏହାକୁ ବେଆଇନ ବୋଲି କହିବା ସହ ଆସନ୍ତା ଲୋକସଭା ନିର୍ବାଚନରେ ତାଙ୍କୁ ପ୍ରଚାର ନକରିବାକୁ ଷଡଯନ୍ତ୍ରର ଏକ ଅଂଶ ବୋଲି ଅଭିଯୋଗ କରିଛନ୍ତି। ଦିଲ୍ଲୀ ମଦନୀତି ମାମଲାରେ ଆଜି ହାଜର ହେବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ ଦେଇଥିଲା । କିନ୍ତୁ ସେ ଯାଇନଥିଲେ । ଚତୁର୍ଥ ଥର ଲାଗି କେଜ୍ରିଓ୍ବାଲଙ୍କୁ ଜାରି ହୋଇଥିଲା ସମନ । ଗତ ଜାନୁଆରୀ ୩ରେ ହାଜର ହେବା ଲାଗି ତାଙ୍କୁ ସମନ ଜାରି ହୋଇଥିବା ସତ୍ତ୍ବେ ସେ ହାଜର ହୋଇ ନଥିଲେ । ଜାରି ହୋଇଥିବା ସମନ ବେଆଇନ ବୋଲି ଦର୍ଶାଇଥିଲେ କେଜ୍ରିଓ୍ବାଲ । ପୂର୍ବରୁ ତାଙ୍କୁ ନଭେମ୍ବର ୨, ଡିସେମ୍ବର ୨୧ରେ ମଧ୍ୟ ନୋଟିସ ଜାରି ହୋଇଥିଲା । ଏହି ବହୁଚର୍ଚ୍ଚିତ ମାମଲାରେ କେଜ୍ରିଓ୍ବାଲ ଅଭିଯୁକ୍ତ ହୋଇ ନଥିଲେ ବି ତାଙ୍କୁ ବାରମ୍ବାର ନୋଟିସ ଜାରି କରାଯାଉଛି । ଜେରା ପରେ କେଜ୍ରିଓ୍ବାଲଙ୍କୁ ଗିରଫ କରିବା ନେଇ ବାରମ୍ବାର ଆଶଙ୍କା ପ୍ରକାଶ ପାଇଆସୁଛି । ପୂର୍ବରୁ ମଦ ନୀତି ମାମଲାରେ ଗତବର୍ଷ ଫେବ୍ରୁଆରୀ ୨୬ରେ ଗିରଫ ହୋଇଥିଲେ ମନୀଷ ସିସୋଦିଆ । ସେହିପରି ଗତବର୍ଷ ଅକ୍ଟୋବର ୪ରେ ଆପ୍ ନେତା ସଞ୍ଜୟ ସିଂଙ୍କୁ ଗିରଫ କରିଥିଲା ଇଡି ।
Trending
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ