ଆଜି କେଜ୍ରିୱାଲଙ୍କ ପ୍ରଥମ ନିର୍ବାଚନ ରୋଡ ସୋ’ , ସାମ୍ବାଦିକ ସମ୍ମିଳନୀ କରି ବିରୋଧୀଙ୍କୁ କଲେ କଡ଼ା ସମାଲୋଚନା
ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଜି ହନୁମାନ ଦର୍ଶନ କରିବା ପରେ ସିଧା ପାର୍ଟି ଅଫିସ ଯାଇଛନ୍ତି । ସେଠାରେ ଏକ ସଭା ଆୟୋଜନ କରିବା ପରେ ସେ ସିଧାସଳଖ ବିରୋଧୀଙ୍କୁ ଟାର୍ଗଟ କରିଛନ୍ତି । ସେ କହିଛନ୍ତି ଯେ ମୋଦି ତାନଶାହା ଶାସନ ଚଲାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ ଆଦିମ ପାର୍ଟିକୁ ପୁରା ଭାଙ୍ଗିଦେବା ପାଇଁ ଚାହୁଁଛନ୍ତି । ମୋ ଉପରେ ଭଗବାନ ବଜରଙ୍ଗ ବଲୀଙ୍କ କୃପା ରହିଛି ଦେଶବାସୀଙ୍କ ଭଲପାଇବା ମୋ ଉପରେ ଅଛି ତେଣୁ ମୋର କିଛି ଅସୁବିଧା ହେବ ନାହିଁ ।
ଆମର ମୋ ସହ ୪ଜଣ ନେତାଙ୍କୁ ଜେଲରେ ଭର୍ତ୍ତି କରିଲେ । ଏହାପରେ ସେ ଚାହିଁଲେ ଗୋଟିଏ ଦଳକୁ ସମ୍ଫୁ୍ଣ ନଷ୍ଟ କରିଦେବା ପାଇଁ । ତାହା ବର୍ତ୍ତମାନ ଅସମ୍ଭବ । ଏଥିସହ ସେ କାଲି ଜେଲରୁ ବାହାରିବା ପରେ କହିଥିଲେ । ଶୀଘ୍ର ଫେରିବି । ଦେଖ ଆସିଗଲି । ଜେଲରୁ ବାହାରିବା ପରେ ଦିଲ୍ଲୀବାସୀଙ୍କୁ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦୀର୍ଘ ୫୧ ଦିନ ପରେ ଜେଲ୍ରୁ ମୁକ୍ତ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ୍ । ସୁପ୍ରିମକୋର୍ଟରୁ ଅନ୍ତରିଣ ଜାମିନ ମିଳିବା ପରେ ତିହାର ଜେଲରୁ ବାହରିଛନ୍ତି । ଆଉ ଜେଲରୁ ବାହାରି ବିରୋଧୀଙ୍କୁ କରିଛନ୍ତି କଡ଼ା ସମାଲୋଚନା ।
ଦେଶକୁ ତାନାସାହି ଶାସନରୁ ମୁକ୍ତ କରିବାକୁ ଜନତାଙ୍କୁ ଆହ୍ୱାନ କରିଛନ୍ତି କେଜ୍ରିୱାଲ । ଭାରତ ମାତା କି ଜୟ ଓ ଇନକ୍ଲାମ ଜିନ୍ଦାବାଦର ନାରା ଦେଇଛନ୍ତି । ଏଥିସହ ସୁପ୍ରିମକୋର୍ଟଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଜେଲରୁ ବାହାରିବା ପରେ ତାଙ୍କୁ ସ୍ୱାଗତ କରିବାକୁ ରାସ୍ତାରେ ଏକାଠି ହୋଇଥିଲେ ହଜାର ହଜାର ସମର୍ଥକ । ପତ୍ନୀ ସୁନିତା କେଜ୍ରିୱାଲ, ଆପ୍ ବିଧାୟକ ଓ ସାଂସଦ ମାନେ ମଧ୍ୟ ପହଁଚିଥିଲେ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଜୁନ ୧ ତାରିଖ ଯାଏ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।