ଉପମୁଖ୍ୟମନ୍ତ୍ରୀ ଅଫରକୁ ଶିବକୁମାରଙ୍କ ନା

ବେଙ୍ଗାଲୁରୁ: ସିଦ୍ଧରମୈୟା ହେବେ  କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ।  ଶିବ କୁମାର ହେବେ ଉପମୁଖ୍ୟମନ୍ତ୍ରୀ । ଏହି ଖବର ଆସୁ ଆସୁ ଏବେ ଶିବକୁମାର ଏହାକୁ ମାନିବାକୁ ନାରାଜ । ଉପମୁଖ୍ୟମନ୍ତ୍ରୀ ହେବାକୁ ସେ ସିଧା ସିଧା ନା କରିଦେଇଛନ୍ତି । ତେଣୁ ଆସନ୍ତାକାଲି  ସିଦ୍ଧରମୈୟାଙ୍କ  ଶପଥ କାର୍ଯ୍ୟକ୍ରମ ଘୁଞ୍ଚିଯାଇଛି ।  ୧୦-ଜନପଥରେ ସୋନିଆ ଗାନ୍ଧି ବାସଭବନରେ ଯେଉଁ ନିଷ୍ପତ୍ତି ହୋଇଛି ତାକୁ ମାନିବାକୁ ନାରାଜ ଶିବକୁମାର । ସୋମବାରଠାରୁ ସିଦ୍ଧରମୈୟା ଦିଲ୍ଲୀରେ ଡେରା ପକାଇଥିବାବେଳେ ମଙ୍ଗଳବାରଠାରୁ ଡେରା ପକାଇଛନ୍ତି ଶିବକୁମାର। ଶିବକୁମାର ଦୁଇଟି ସର୍ତ୍ତ ରଖିଛନ୍ତି । ସେ ମୁଖ୍ୟମନ୍ତ୍ରୀ ହେବେ ନଚେତ ବିଧାୟକ ହିଁ ରହିବେ । ସେ କୌଣସି ଦଳଦ୍ରୋହୀ କାର୍ଯ୍ୟ କରିବେ ନାହିଁ ।  ତେଣେ ଶିବକୁମାର- ସିଦ୍ଧରମୈୟା ବିବାଦ ମଧ୍ୟରେ ମୁଣ୍ଡ ଟେକିଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ବର । ସେ କହିଛନ୍ତି ତାଙ୍କ ନିକଟରେ ୫୦ରୁ ଅଧିକ ବିଧାୟକ ରହିଛନ୍ତି । ତାଙ୍କ ସମର୍ଥକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି ।