ଇଣ୍ଡିଆନ୍ ଆଇଡ଼ଲରେ ଜ୍ୟୋତିପ୍ରକାଶ ଓଝାଙ୍କ କମାଲ

ଜାତୀୟ ଚ୍ୟାନେଲ୍ ପ୍ରସ୍ତୁତ ଇଣ୍ଡିଆନ୍ ଆଇଡ଼ଲରେ ନିଜର ଜାଦୁଗରୀ ଗୀତ ଶୁଣାଇ ସମସ୍ତ ଦର୍ଶକଙ୍କୁ ବିମୋହିତ କରିଛନ୍ତି ଓଡ଼ିଆ ପୁଅ ଜ୍ୟୋତିପ୍ରକାଶ ଓଝା। ସେ ଏକାଧାରାରେ ଜଣେ ଗୀତିକାର ହେବାସହ ଶାସ୍ତ୍ରୀୟ ସଂଗୀତଜ୍ଞ ଏବଂ ଚତ୍ମକାର କଣ୍ଠଶୀଳ୍ପୀ ଅଟନ୍ତି। ନିକଟରେ ଇଣ୍ଡିଆନ୍ ଆଇଡ଼ଲରେ ହିନ୍ଦୀ ମାସପ ଓ କେତକୀ ଗୁଲାବ ରାଗ ସଂଗୀତରେ ସେ ସୁନ୍ଦର ଗୀତ ବୋଲି ଇଣ୍ଡିଆନ୍ ଆଇଡ଼ଲ ମଞ୍ଚରେ ଜଲୱା ଦେଖାଇ ମଞ୍ଚସ୍ଥ ବିଚାରକଙ୍କୁ ବିମୋହିତ କରି ପ୍ରଶଂସା ସାଉଁଣ୍ଟିଛନ୍ତି।