ଦାୟିତ୍ବ ନେଲେ ଜଷ୍ଟିସ ଚନ୍ଦ୍ରଚୂଡ଼

ଶପଥ ନେଲେ ଜଷ୍ଟିସ ଚନ୍ଦ୍ରଚୂଡ଼ । ଆଜି ଦାୟିତ୍ବ ନଲେ ନୂଆ ସିଜେଆଇ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ । ଦେଶର ୫୦ତମ ସିଜେଆଇ ଭାବେ ଦାୟିତ୍ବ ନେଇଛନ୍ତି ଜଷ୍ଟିସ ଚନ୍ଦ୍ରଚୂଡ଼ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ଜଷ୍ଟିସଙ୍କୁ ଶପଥ ପାଠ କରାଇଛନ୍ତି ।ପରବର୍ତ୍ତୀ ପ୍ରଧାନ ବିଚାରପତି ଚୟନ ପାଇଁ ଆଇନ ମନ୍ତ୍ରଣାଳୟକୁ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଧନଞ୍ଜୟ ୟଶୋବନ୍ତ ଚନ୍ଦ୍ରଚୂଡ଼ଙ୍କ ନାଁ ସୁପାରିସ କରିଥିଲେ ମୁଖ୍ୟ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ ।

୨୦୨୪ ନଭେମ୍ବର ୧୦ ଯାଏଁ ପ୍ରଧାନ ବିଚାରପତି ରହିବେ ଜଷ୍ଟିସ ଚନ୍ଦ୍ରଚୂଡ଼ । ସେ ହେଉଛନ୍ତି ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ବିଚାରପତି । ୨ ବର୍ଷରୁ ଅଧିକ ସମୟ ଏହି ପଦବୀରେ ରହିବେ ଚନ୍ଦ୍ରଚୂଡ଼ । ଏହି ସମୟ ମଧ୍ୟରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ବିଚାର କରିବେ । ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଆଗରେ ରହିଛି ଅନେକ ଆହ୍ବାନ । ୩୭୦ ଧାରା ଉଚ୍ଛେଦ, ନାଗରିକତା ସଂଶୋଧନ ଆଇନର ବୈଧତା, ଇଲେକ୍ଟ୍ରୋଲ ବଣ୍ଡ୍‌ ଯୋଜନା ଆଦି ମାମଲା ଉପରେ ରାୟ ଦେବେ ।