ସୋରେନ୍ ସରକାର ଆସ୍ଥା ଭୋଟରେ ବିଜୟୀ
ଆଜି ସୋରେନ୍ ସରକାରର ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି । ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ସୋରେନଙ୍କ ମେଣ୍ଟ ସରକାର । ୮୧ ବିଧାୟକ ମଧ୍ୟରୁ ସୋରେନଙ୍କ ସପକ୍ଷରେ ୪୮ ଭୋଟ୍ ପଡ଼ିଛି । ଭୋଟିଂ ବେଳେ ବିଧାନସଭାରୁ ଓ୍ବାକଆଉଟ୍ କରିଥିଲା ବିଜେପି । ସେପଟେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ ଲଟକି ରହିଥିବା ବେଳେ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ସରକାର ଆଜି ଆସ୍ଥା ଭୋଟ୍ ଲୋଡିଥିଲେ । ଏଥିପାଇଁ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା ।