ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପଛରେ ଶଶିକଳାଙ୍କ ହାତ
ତାମିଲନାଡୁର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପଛରେ ସନ୍ଦେହ ଘେରରେ ଶଶିକଳା, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଘରୋଇ ଡାକ୍ତର । କେଉଁ ପରିସ୍ଥିତିରେ ଜୟଲଳିତାଙ୍କ ମୃତ୍ୟୁ ହୋଇଥିଲା ତାର ସତ୍ୟତା ଜାଣିବା ପାଇଁ ତାମିଲନାଡୁ ସରକାର ଏକ ପ୍ୟାନେଲ ଗଠନ କରିଥିଲେ । ଏବେ ଏହି ପ୍ୟାନେଲ ନିଜର ରିପୋର୍ଟ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଛି । ଏହାପରେ ତାମିଲନାଡୁ ସରକାର ବିଧାନସଭାରେ ରିପୋର୍ଟକୁ ସାର୍ବଜନୀନ କରିଛନ୍ତି । ଏହି ରିପୋର୍ଟକୁ କିନ୍ତୁ ଶଶିକଳା ଖାରଜ କରିଛନ୍ତି ।ଜୟଲଳିତାଙ୍କର ଆନଜିଓପ୍ଲାଷ୍ଟ ଆବଶ୍ୟକତା ନଥିଲା । ଉପସ୍ଥିତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସମସ୍ତ ନିଷ୍ପତ୍ତି ନିଆଯାଇଥିଲା । ଏବଂ ଜୟଲଳିତାଙ୍କୁ ବିଦେଶ ନେଇ ଚିକିତ୍ସା ପାଇଁ କୌଣସି ପଦକ୍ଷେପକୁ ସେ ରୋକି ନ ଥିଲେ । ସେ ଯେକୌଣସି ତଦନ୍ତର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ବୋଲି ଶଶୀକଳା କହିଛନ୍ତି । ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ହେବା ପରେ ରିପୋର୍ଟ ସାର୍ବଜନୀନ ହୋଇଛି । ଯେଉଁଥିରେ ଆମ୍ମାଙ୍କ ମୃତ୍ୟୁ ପଛରେ ଭିକେ ଶଶିକଳାଙ୍କ ଭୂମିକାକୁ ନେଇ ଯାଞ୍ଚ କମିଟି ପ୍ରଶ୍ନ ଉଠାଇଛି ।