ଜାଲିକାଟୁ ଖେଳ ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ:  ତାମିଲ୍‌ନାଡୁରେ ଜାଲିକାଟୁ ଖେଳ ଉପରେ ରୋକ ଲଗାଇବାକୁ ସୁପ୍ରିମ୍‌କୋର୍ଟ ମନା କରି ଦେଇଛନ୍ତି।  ଜାଲିକାଟୁ ତାମିଲନାଡୁ ସଂସ୍କୃତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଥିବାରୁ କୋର୍ଟ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ । ଯେହେତୁ ରାଜ୍ୟ ସରାକାରଙ୍କ ପକ୍ଷରୁ ଏହାକୁ ମଞ୍ଜୁରି ଦିଆଯାଇଛି ତେଣୁ ରୋକ ଲଗାଇବାକୁ ମଧ୍ୟ ମନା କରି ଦେଇଛନ୍ତି। ଜାଲିକାଟୁ ଖେଳରେ ଷଷ୍ଢମାନଙ୍କ ମଧ୍ୟରେ ଲଢ଼େଇ କରାଯାଉଥିବାରୁ ଏହାକୁ ବନ୍ଦ କରିବା ପାଇଁ କିଛି ସଂଗଠନ ସୁପ୍ରିମକୋର୍ଟ ଯାଇଥିଲେ । ସର୍ବୋଚ୍ଚ କୋର୍ଟ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ମଧ୍ୟ ହେବାକୁ ଥିବା ଏହି ଭଳି ଖେଳ ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି। ଜାଲିକାଟୁ ସମ୍ବିଧାନର ଆଇନ ଉଲ୍ଲଂଘନ କରୁନାହିଁ। ଏହା ହେଉଛି ସଂସ୍କୃତିର କଥା ଓ ଏହି ଖେଳ ତାମିଲନାଡୁ ସଂସ୍କୃତିର ଏକ ଅଂଶ। ବୋଲି କୋର୍ଟ କହିଛନ୍ତି ।