ଏସିଆ କପ୍ର ସୁପର ଫୋର୍ ଆସନ୍ତାକାଲି: ଜାଡେଜା ଆଉଟ, ଅକ୍ଷର ଖେଳିବେ!
ଏସିଆ କପ୍ର ସୁପର ଫୋର୍ ରାଉଣ୍ଡରେ ଆସନ୍ତା କାଲି ପାକିସ୍ତାନକୁ ପୁଣି ଭେଟିବ ଭାରତ । ତେବେ ଏହି ମ୍ୟାଚରେ ଅଲ ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ ନାହିଁ । ଆହତ କାରଣରୁ ତାଙ୍କୁ ବାଦ ଦେଇଛି ଚୟନ କମିଟି । ତେବେ ତାଙ୍କ ବଦଳରେ 3 ଜଣ ଖେଳାଳିଙ୍କ ମଧ୍ୟରୁ ଅଧିନାୟକ ରୋହିତ ଶର୍ମା କାହାକୁ ଜଣକୁ ଟିମରେ ନେଇପାରନ୍ତି । ସେମାନେ ହେଲେ ଅକ୍ଷର ପଟେଲ, ଦୀପକ ହୁଡା, ରବୀଚନ୍ଦ୍ରନ ଅଶ୍ବିନ । ଅକ୍ଷର ପଟେଲ ଏବେ ଭଲ ଫର୍ମରେ ଅଛନ୍ତି । ହୁଡା ମଧ୍ୟ ଭଲ ଖେଳୁଛନ୍ତି ।
ଆଗକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ରହିଛି । ଏହା ପୂର୍ବରୁ ଜାଡ଼େଜାଙ୍କ ଆହତ ସମସ୍ୟା ଭାରତକୁ ଚିନ୍ତାରେ ପକାଇଛି । ଚଳିତ ଏସିଆ କପ୍ରେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍ରେ ଜାଡ଼େଜାଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ଭାରତ ଏହି ମ୍ୟାଚ୍କୁ ୫ ୱିକେଟ୍ରେ ଜିତିଥିଲା । ଜାଡ଼େଜା ୨୯ ବଲ୍ରୁ ଉପଯୋଗୀ ୩୫ରନ୍ କରିଥିଲେ । ତେବେ ଜାଡେଜାଙ୍କ ଅନୁପସ୍ଥିତରେ କିଏ କାଲି ସଂଧ୍ୟାରେ ଖେଳୁଛି ତାହା ମ୍ୟାଚ ପୂର୍ବରୁ ହିଁ ଜଣାପଡିବ । ଆସନ୍ତାକାଲି ମ୍ୟାଚ ପୁଣି ଚିତାକର୍ଷକ ରହିବ । ରୋହିତ ଶର୍ମା କହିଛନ୍ତି ତାଙ୍କ ଉପରେ ସେମିତି କିଛି ଚାପ ନାହିଁ । ପାକିସ୍ତାନକୁ ହରାଇବା ପାଇଁ ଭାରତୀୟ ଖେଳାଳିମାନେ ସମର୍ଥ । ସେପଟେ ବାବର କହିଛନ୍ତି ଆମେ ଜିତିବା ପାଇଁ ନିଶ୍ଚୟ ପଡିଆକୁ ଓହ୍ଲାଇବୁ ।