‘ଏନ୍ଭିଏସ୍-୧’ ସାଟେଲାଇଟ୍ର ସଫଳ ଉତ୍କ୍ଷେପଣ
ଶ୍ରୀହରିକୋଟା: ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଶ୍ରୀହରିକୋଟାସ୍ଥି ‘ସତୀଶ ଧୱନ୍ ସ୍ପେସ୍ ସେଣ୍ଟର୍’ରୁ ଇସ୍ରୋ ଦ୍ବାରା ‘ଏନ୍ଭିଏସ୍-୧’ ସାଟେଲାଇଟ୍ର ସଫଳ ଉତ୍କ୍ଷେପଣ କରାଇଛି। ଏହା ଏକ ବଡ଼ ସଫଳତା ବୋଲି କହିଛି ଇସ୍ରୋ ।
ISRO succesfully launches advanced navigation satellite NVS-01
Read @ANI Story | https://t.co/sA9w7yqXT1#ISRO #NVS01 #AdvancedNavigationSatellite pic.twitter.com/JPu3NEfhro
— ANI Digital (@ani_digital) May 29, 2023
ପ୍ରଧାନମନ୍ତ୍ରୀ ମଧ୍ୟ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ‘ଏନ୍ଭିଏସ୍-୦୧’ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସାଟେଲାଇଟ୍ । ଏହି ସାଟେଲାଇଟ୍ ଉଭୟ ସାମରିକ ଓ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ସେବା ଯୋଗାଇବାରେ ବଡ଼ ସହାୟକ ହେବ। ଏହାର ନେଟ୍ୱାର୍କ ଅଞ୍ଚଳ ଭାରତ ଓ ଭାରତ ସୀମା ବାହାରର ୧୫୦୦ କିଲୋମିଟର୍ ପରିବ୍ୟାପ୍ତ ଅଞ୍ଚଳରେ କାର୍ଯ୍ୟ କରିବ ବୋଲି ଇସ୍ରୋ କହିଛି ।
#WATCH | Indian Space Research Organisation (ISRO), launches its advanced navigation satellite GSLV-F12 and NVS-01 from Sriharikota.
(Video: ISRO) pic.twitter.com/2ylZ8giW8U
— ANI (@ANI) May 29, 2023
ଏହି ସାଟେଲାଇଟ୍ ୧୨ ବର୍ଷରୁ ଅଧିକ ସମୟ ଧରି କକ୍ଷପଥରେ ପରିକ୍ରମା କରିବ । ୨୨୩୨ କିଲୋଗ୍ରାମ୍ ଓଜନର ଏହି ଦିଗବାରେଣୀ ବା ‘ନେଭିଗେସନ୍ ସାଟେଲାଇଟ୍’କୁ ‘ସତୀଶ ଧୱନ୍ ସ୍ପେସ୍ ସେଣ୍ଟର୍’ର ଦ୍ବିତୀୟ ଲଞ୍ଚ୍ ପ୍ୟାଡ୍ରୁ ୫୧.୭ ମିଟର୍ ଉଚ୍ଚ ରକେଟ୍ ‘ଜିଏସ୍ଏଲ୍ଭି ଏଫ୍୧୨’ଦ୍ବାରା ମହାକାଶକୁ ଉତ୍କ୍ଷେପଣ କରାଯାଇଛି।
#WATCH | Indian Space Research Organisation's advanced navigation satellite GSLV-F12 and NVS-01 successfully completed their mission.
(Video source: ISRO) pic.twitter.com/Tqxsc8YTln
— ANI (@ANI) May 29, 2023