ଜମ୍ମୁକଶ୍ମୀର ପୁଲିସ ୟୁରୋପରେ ପରିଚାଳିତ ହେଉଥିବା ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ କରିଛି
ୟୁରୋପରେ ପରିଚାଳିତ ହେଉଥିବା ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ କରିଛି ଜମ୍ମୁକଶ୍ମୀର ପୁଲିସ। ଏଥିସହ ଜମ୍ମୁକୁ ଡ୍ରୋନ୍ ସାହାଯ୍ୟରେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଫଠାଇବାରେ ସମ୍ପୃକ୍ତ ଥିବା ଦୁଇ ସଦସ୍ୟଙ୍କୁ ପୁଲିସ ଗିରଫ ମଧ୍ୟ କରିଛି।ଡୋଡାର ଚାନ୍ଦ ବୋଷ ଓ ଜମ୍ମୁର କ୍ୟାମ୍ପ ଗୁଜରାଲର ସମଶେର ସିଂହଙ୍କୁ ପୁଲିସ ଆର୍ଏସ୍ପୁରାର ଅନ୍ତର୍ଜାତୀୟ ସୀମା ନିକଟ ବାସପୁର ବଙ୍ଗଳା ଅଞ୍ଚଳରେ ଡ୍ରୋନ୍ ଦ୍ୱାରା ଅସ୍ତ୍ରଶସ୍ତ୍ର ପକାଇବା ବେଳେ ଗିରଫ କରିଛି। ଗିରଫ ଦୁଇ ଜଣଙ୍କ ନିକଟରୁ ଚାରୋଟି ପିସ୍ତଲ, ୮ଟି ମାଗାଜିନ୍ ଓ ୪୭ଟି ଗୁଳି ଜବତ କରାଯାଇଛି।ଅଧିକାରୀଙ୍କ କହିବା ମୁତାବକ, ଏହି ଆତଙ୍କୀ ମଡ୍ୟୁଲର ଅପରେଟର୍ ୟୁରୋପରେ ଅଛନ୍ତି ବୋଲି ଉଭୟଙ୍କୁ ପଚରାଉଚରା ବେଳେ ଜଣାପଡିଛି। ଉଭୟ ବୋଷ ଓ ସମଶେରା ସିଂହ ବଲବିନ୍ଦର ନାମକ ଜଣେ ଓଭରଗ୍ରାଉଣ୍ଡ କର୍ମଚାରୀଙ୍କ ଯୋଗାଯୋଗରେ ଥିଲେ। ଏହି ବଲବିନ୍ଦର ଜମ୍ମୁର ବାସିନ୍ଦା ଏବଂ ସେ ଏବେ ୟୁରୋପରେ ଅଛନ୍ତି।