ଆହୁରୀ ଶକ୍ତିଶାଳୀ ହେଉଛି ଭାରତୀୟ ନୌସେନା
ସେନାରେ ସାମିଲ ହେବ ବାହୁବଳୀ ମୋର୍ମୁଗାଓ । ପି-୧୫୮ ଷ୍ଟେଲଥ ଗାଇଡେଡ ମିସାଇଲ ଡେଷ୍ଟ୍ରୟର ଭାବେ ପରିଚିତ ମୋର୍ମୁଗାଓକୁ ନୌସେନାକୁ ସମର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସମସ୍ତ ପ୍ରକାର ଆଣବିକ, ଜୈବିକ ଓ ରାସାୟନିକ ଯୁଦ୍ଧ କ୍ଷେତ୍ରରେ ବ୍ୟବହୃତ ହୋଇପାରିବ ମୋର୍ମୁଗାଓ । ଭାରତ ମହାସାଗରରେ ରହି ଭାରତର ଶତ୍ରୁଙ୍କ ଉପରେ ନଜର ରଖିବ ଏହି ଡେଷ୍ଟ୍ରୟର । ମୁମ୍ବାଇସ୍ଥିତ ନାଭାଲ ଡକୟାର୍ଡରେ ଏହାକୁ ଦେଶକୁ ଉତ୍ସର୍ଗ କରାଯିବ ।