ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା

ଆସନ୍ତା ମାସରେ ଇଂଲଣ୍ଡ ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଏଥିପାଇଁ ଘୋଷଣା ହୋଇଛି ଦଳ । ରେଡ୍ ବଲ୍ ଦଳର କମାଣ୍ଡ ସମ୍ଭାଳିବେ ଶୁଭମନ ଗିଲ୍ । ଅର୍ଥାତ୍ ଦଳର କ୍ୟାପଟେନ୍ ଗିଲ୍ । ସେହିଭଳି ଋଷଭ ପନ୍ତ ଉପ-ଅଧିନାୟକ । କାରଣ ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି ରୋହିତ ଶର୍ମା ଏବଂ ବିରାଟ କୋହଲି । ରୋହିତଙ୍କ ରିପ୍ଲେସମେଣ୍ଟ ହିସାବରେ ଏବେ ଗିଲ୍ ସମ୍ଭାଳିବେ ଦଳର କମାଣ୍ଡ। ଦଳ ଚୟନ ପାଇଁ ବୈଠକ ମୁମ୍ବାଇସ୍ଥିତ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ବିସିସିଆଇ ସଚିବ ଦେବଜିତ ସାଇକିଆ ଓ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟିର ସଦସ୍ୟମାନେ ବୈଠକରେ ଯୋଗ ଦେଇଥିଲେ। ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଜିତ ଅଗରକର ଭାରତୀୟ ଦଳ ଘୋଷଣା କରିଥିଲେ।

ଟିମ୍ ଇଣ୍ଡିଆ ସ୍କ୍ୱାର୍ଡ: ଶୁଭମାନ ଗିଲ (ଅଧିନାୟକ), ଯଶସ୍ୱୀ ଜୈସୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଋଷଭ ପନ୍ତ (ଉପ-ଅଧିନାୟକ / ୱିକେଟ୍ କିପର), ନୀତୀଶ କୁମାର ରେଡ୍ଡୀ, ରବିନ୍ଦ୍ର ଜାଡେଜା, ଧ୍ରୁବ୍ ଜୁରେଲ (ୱିକେଟ୍ ରକ୍ଷକ), ଅଭିମନ୍ୟୁ ଇଶ୍ୱରନ୍, ଶାର୍ଦ୍ଦୁଲ୍ ଠାକୁର, ଜସପ୍ରୀତ, କରୁଣ ନାୟାର, ୱାଶିଂଟନ୍ ସୁନ୍ଦର, ଆକାଶ ଦୀପ, ଅର୍ଶଦୀପ ସିଂ, କୁଲଦୀପ ଯାଦବ ।

Leave a comment