ଚୀନର ବିସ୍ତାରବାଦ ନୀତି ଉପରେ କହିପାରନ୍ତି ପ୍ରଧାନମନ୍ତ୍ରୀ
ଉଜବେକିସ୍ତାନର ସମରକନ୍ଦରେ ସାଂଘାଇ ସହଯୋଗ ସଂଗଠନ(ଏସସିଓ)ର ସମ୍ମିଳନୀ ଆରମ୍ଭହୋଇଛି । ଏହି ସମ୍ମିଳନୀରେ କ୍ଷେତ୍ରୀୟ ସୁରକ୍ଷା, ବ୍ୟବସାୟ, ଶକ୍ତି କ୍ଷେତ୍ରକୁ ବୃଦ୍ଧି କରିବା ସହ ଅନ୍ୟ ପ୍ରସଙ୍ଗରେ ଆଲୋଚନା ହେବ । ଦୁଇ ବର୍ଷ ପରେ ଏହି ସମ୍ମିଳନୀ ପ୍ରଥମ ଥର ହେବାକୁ ଯାଉଛି । ବ୍ୟକ୍ତିଗତ ଭାବେ ସେଠାକୁ ଯାଇଛନ୍ତି ବିିଭିନ୍ନ ଦେଶର ନେତା ।
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ଚୀନର ବିସ୍ତାରବାଦୀ ନୀତି ଉପରେ ଖୋଲିକରି କହିବା ନେଇ ଆଶା କରାଯାଉଛି । ଭାରତର ପକ୍ଷକୁ ଏଠାରେ ମୋଦୀ ରଖିପାରନ୍ତି । ତେବେ ଭାରତ ଆଜିଠାରୁ ଏସସିଓର ନୂଆ ଅଧ୍ୟକ୍ଷ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଆଠ ସଦସ୍ୟ ବିଶିଷ୍ଟ ସମ୍ମିଳନୀରେ ଯୋଗଦେବା ପାଇଁ ଗୁରୁବାର ସମରକନ୍ଦରେ ପହଞ୍ଚିଥିଲେ । ଏହି ସମ୍ମିଳନୀରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ. ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏବଂ ମଧ୍ୟ ଏସିଆର ବିଭିନ୍ନ ଦେଶର ମୁଖ୍ୟ ସେଠାରେ ପହଞ୍ଚିଛନ୍ତି ।