ୟୁପିରେ ଏକେ-୨୦୩ ରାଇଫଲ ଉତ୍ପାଦନ ହେବ

ଲକ୍ଷ୍ନୌ: ଭାରତର ପ୍ରତିରକ୍ଷା କ୍ଷେତ୍ରରେ  ଏକେ ୪୭ ବଦଳରେ  ଏକେ-୨୦୩ ରାଇଫଲ ପ୍ରସ୍ତୁତ କରି ଏହି  ରାଇଫଲକୁ ବ୍ୟବହାର କରିବାକୁ ଯାଉଛି । ଦୀର୍ଘ ଦିନ ଧରି ଏନେଇ ଆଲୋଚନା ପର୍ଯ୍ୟାଲୋଚନା କରିବା ପରେ ପ୍ରତିରକ୍ଷାବାହିନୀ ଏଥିପାଇଁ ସମ୍ମତି ପ୍ରଦାନ କରିଛି । ଏହି ରାଇଫଲ ୩୦୦ ମିଟର ଦୂରରେ ଥିବା ଶତ୍ରୁଙ୍କୁ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ଥିବାରୁ ଏହାର ଉତ୍ପାଦନ ପାଇଁ ଅନେକ ଦିନରୁ ନିଷ୍ପତ୍ତି ନିଆଯାଇଥିଲା। ଉତ୍ପାଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ଭାରତୀୟ ସେନାରେ ସାମିଲ ହେବ । ଉତ୍ତର ପ୍ରଦେଶର ଆମେଥିରେ ୫ ଲକ୍ଷରୁ ଅଧିକ ଏକେ-୨୦୩ ରାଇଫଲ ଉତ୍ପାଦନ ହେବାର ଲକ୍ଷ୍ୟ ରଖାଯାଇଛି । ଇଣ୍ଡୋ-ରୁଷିଆ ରାଇଫଲ୍ସ ପ୍ରାଇଭେଟ ଲିମିଟେଡ ନାମକ ଏକ ସ୍ବତନ୍ତ୍ର ମିଳିତ ଉଦ୍ୟମରେ ଏହାର ଉତ୍ପାଦନ ଆରମ୍ଭ ହୋଇଥିବା ଜଣାପଡିଛି ।