୨୦୨୭ରେ ଚନ୍ଦ୍ରଯାନ-୪ ମିଶନ ଲଞ୍ଚ କରିବ ଭାରତ

ଭାରତ ୨୦୨୭ରେ ଚନ୍ଦ୍ରଯାନ-୪ ମିଶନ ଲଞ୍ଚ କରିବ। ଏହା ଚନ୍ଦ୍ରପୃଷ୍ଠରୁ ପଥର ଖଣ୍ଡ ଧରି ଭାରତ ଫେରିବ ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂ ଗୁରୁବାର କହିଛନ୍ତି।

ଚନ୍ଦ୍ରଯାନ-୪ରେ ଓଜନଦାର ଏଲ୍‌ଭିଏମ୍‌-୩ ରକେଟର ଅନୂ୍ୟନ ୨ଟି ଅଲଗା ଲଞ୍ଚ କରାଯିବ। ଏହା ମିଶନର ୫ଟି ଭିନ୍ନ କମ୍ପୋନେଣ୍ଟକୁ ବହନ କରିବ, ଯାହା କକ୍ଷପଥରେ ଏକାଠି ହେବେ।୨୦୨୬ରେ ସମୁଦ୍ରୟାନ ଲଞ୍ଚ କରାଯିବା ଯୋଜନା ରହିଛି। ମହାସାଗରର ୬ ହଜାର ମିଟର ଗଭୀରରେ ଥିବା ଶଯ୍ୟା ଉପରେ ଗବେଷଣା ପାଇଁ ଏହି ଯାନ ୩ ଜଣ ବୈଜ୍ଞାନିକଙ୍କୁ ନେଇ ସେଠାକୁ ଯିବ ବୋଲି ସିଂ କହିଛନ୍ତି।