ମ୍ୟାଚ ଜିତିବାକୁ ରୋହିତ ବାହିନୀର ଲକ୍ଷ୍ୟ

ବିଶ୍ବକପ୍ ପୂର୍ବରୁ ଟିମ ଇଣ୍ଡିଆ ଆଜି ମ୍ୟାଚ ଜିତିବାକୁ ପଡ଼ିଆକୁ ଓହ୍ଲାଇବ । ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମୁକାବିଲା ଅଛି । ଏହି ମ୍ୟାଚ ଜିତିଲେ ସିରିଜ ହାତେଇବ ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚକୁ ଯେଉଁଭଳି ଭାରତୀୟ ବ୍ୟାଟସମ୍ୟାନ ମାନେ ଖେଳିଥିଲେ ଆଜି ମଧ୍ୟ ସେପରି ଖେଳି ମ୍ୟାଚ ଜିତିବେ ବୋଲି କହିଛନ୍ତି ରୋହିତ ଶର୍ମା । ତେବେ ଗୋହାଟିରେ ଆଜି ବର୍ଷା ସଂଭାବନା ରହିଛି । ବର୍ଷା ହେଲେ ମ୍ୟାଚ କିଛି ସମୟ ପାଇଁ ବିଳମ୍ଭ ହେବା ସଂଭାବନା ମଧ୍ୟ ରହିଛି ।

ତିନିଟିକିଆ ଏହି ଟି-୨୦ ସିରିଜରେ ପ୍ରଥମ ମ୍ୟାଚ ଭାରତ ଜିତିସାରିଥିବାରୁ ଆଜି ଶୃଙ୍ଖଳା କବଜା କରିବା ଲକ୍ଷରେ ପଡିଆକୁ ଓହ୍ଲାଇବ । ସେପଟେ ପ୍ରଥମ ମ୍ୟାଚ ହାରିଥିବା ଦକ୍ଷିଣ ଆଫ୍ରିକା ଆଜି ମ୍ୟାଚ ଜିତି ସିରିଜ ବରାବର କରିବାକୁ ଚେଷ୍ଟା କରିବ ।

ଆଜି ଟିମରେ ଦୁଇ ନୂଆ ପେସ ବୋଲର ଖେଳିବାର ସମ୍ଭାବନା ରହିଛି । ଉମେଣ ଯାଦବ, ମହମ୍ମଦ ସିରାଜ ଟିମରେ ଥିବାରୁ ସିରାଜଙ୍କୁ ଆଜି ଖେଳିବାକୁ ସୁଯୋଗ ମଳିପାରେ । କାରଣ ଭାରତର ଦ୍ରୁତ ବୋଲର ଯଶପ୍ରିତ ବୁମରା ଆହତ ହୋଇଥିବାରୁ ସେ ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।