ସିଡନୀରେ ଜିତିବ ରୋହିତ ବାହିନୀ: ରୋହିତ

ଟି-୨୦ ବିଶ୍ୱକପରେ ଆଜି ଭାରତ ଓ ନେଦରଲାଣ୍ଡର ମଧ୍ୟରେ ହେବ ମୁକାବିଲା ହେବାକୁ ଥିବାବେଳେ ଏହି ମ୍ୟାଚରେ ଭାରତ ବିଜୟୀ ହେବ ବୋଲି କହିଛନ୍ତି ଅଧିନାୟକ ରୋହିତ ଶର୍ମା । ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ଏହି ହାଇଭୋଲଟେଜ ମ୍ୟାଚ । ଏହା ଦୁଇ ଦେଶ ମଧ୍ୟରେ ପ୍ରଥମ ଟି -20 ମ୍ୟାଚ୍ । ପୂର୍ବରୁ ନେଦରଲାଣ୍ଡ ବିପକ୍ଷ ଦୁଇଟି ଦିନିକିଆ ମ୍ୟାଚରେ ଭାରତ ବିଜୟ ହାସଲ କରିଥିଲା । ଆଜି ବଡ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ । କାରଣ ନେଦରଲାଣ୍ଡକୁ ବଡ ବ୍ୟବଧାନରେ ପରାଜୟ କଲେ ଭାରତର ରନରେଟ ବଢିବ ।ଆଗାମୀ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ପରାଜିତ ହେଲେ ମଧ୍ୟ ସେମିଫାଇନାଲ ଦୌଡରେ ରହିବ ଭାରତ । ନେଦରଲାଣ୍ଡ ଓ ଭାରତ ମଧ୍ୟରେ ଏହା ହେଉଛି ପ୍ରଥମ ଟି-୨୦ ମୁକାବିଲା ।