ଦ୍ୱିତୀୟ ଟି-୨୦ରେ ନ୍ୟୁଜ୍ଲାଣ୍ଡକୁ ୬୫ ରନ୍ରେ ହରାଇଲା ଭାରତ
ଦ୍ୱିତୀୟ ଟି-୨୦ରେ ନ୍ୟୁଜ୍ଲାଣ୍ଡକୁ ୬୫ ରନ୍ରେ ହରାଇଲା ଭାରତ। ବିଶାଳ ଟାର୍ଗେଟକୁ ପିଛା କରି ୧୮.୫ ଓଭରରେ ସମସ୍ତ ୱିକେଟ ହରାଇ ୧୨୬ ରନ୍ ହିଁ କରି ପାରିଥିଲା ନ୍ୟୁଜଲାଣ୍ଡ ଦଳ। ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ ହରାଇ ୧୯୧ ରନ୍ କରିଥିଲା। ବ୍ୟାଟିଂ ପରେ ବୋଲିଂରେ କମାଲ ଦେଖାଇଥିଲା ଟିମ୍ ଇଣ୍ଡିଆ। ଫଳରେ ତିନି ଟିକିଆ ଏହି ସିରିଜ୍ରେ ଭାରତ ୧-୦ରେ ଆଗୁଆ ହୋଇଯାଇଛି।
ନ୍ୟୁଜ୍ଲାଣ୍ଡ ପକ୍ଷରୁ ଫିନ୍ ଏଲେନ୍ ଶୂନ୍ୟ, ଦିବନ୍ କନ୍ୱେ ୨୫ ରନ୍, କେନ୍ ୱିଲିୟମ୍ସନ୍ ୬୧ ରନ୍, ଗ୍ଲେନ୍ ଫିଲିପ୍ ୧୨ ରନ୍, ଡେରିଲ୍ ମିସେଲ୍ ୧୦ ରନ୍, ଜେମ୍ସ୍ ନୀଶାମ୍ ଶୂନ୍ୟ, ମିସେଲ୍ ସାଣ୍ଟର୍ ୨ ରନ୍, ଆଦାମ୍ ମିଲନି ୬ ରନ୍, ଈଶ୍ ସୋଢ଼ି ୧ ରନ୍, ଟିମ୍ ସାଉଥି ଶୂନ୍ୟ ଓ ଲକି ଫର୍ଗୁସନ୍ ଅପରାଜିତ ୧ ରନ୍ କରିଥିଲେ। କ୍ୟାପଟେନ୍ କେନ୍ ୱିଲିୟମ୍ସନ୍ ଧର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ କରିଥିଲେ ହେଁ ତାହା ବେକାର ହୋଇଛି। ତାଙ୍କ ବ୍ୟତୀତ ନ୍ୟୁଜ୍ଲାଣ୍ଡର ଅନ୍ୟ କୌଣସି ବ୍ୟାଟର୍ ଭଲ ଖେଳ ଦେଖାଇ ପାରି ନ ଥିଲେ। ନିୟମିତ ରନ୍ ବ୍ୟବଧାନରେ ୱିକେଟ ହରାଇଥିଲା ଦଳ।