ମୋଦିଙ୍କ ଯିବେ ଜାପାନ : ସିଞ୍ଜୋଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଯିବେ ଯାପାନ । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗଦେବେ ମୋଦି । ଆବେଙ୍କ ଅନ୍ତିମ ସଂସ୍କାର ଚଳିତମାସ ୨୭ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବାପାଇଁ ନିମନ୍ତ୍ରଣ ରହିଛି । ସେଥିପାଇଁ ସେ ୨୭ରେ ଜାପାନ ଗସ୍ତ କରିବେ ।

ଜୁଲାଇ ୮ରେ ଏକ ନିର୍ବାଚନୀ ରାଲିରେ ଉଦ୍‌ବୋଧନ ଦେଉଥିବା ବେଳେ ସିଞ୍ଜୋ ଆବେଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଆବେଙ୍କର ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ ଆୟୋଜନ ହୋଇନାହିଁ ।

ସେପଟେ ଆବେଙ୍କର ଏହି ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମକୁ ନେଇ ଜାପାନରେ ବିବାଦ ଲାଗିରହିଛି । ଲୋକମାନେ ଏଥିରେ ସାମିଲ ନ ହେବା ପାଇଁ କହିଛନ୍ତି । ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟିକୁ ବିରୋଧ କରି ଜଣେ ବରିଷ୍ଠ ନାଗରିକ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିକଟରେ ନିଜକୁ ନିଆଁ ଲଗାଇ ଦେଇଥିଲେ । ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସରକାର ପାଖାପାଖି ୯୧୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଥିବାରୁ ଏହାକୁ ଲୋକେ ବିରୋଧ କରୁଛନ୍ତି ।