ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଇକୋନମିକ କରିଡରର ହେଲା ଘୋଷଣା

ଭାରତ, ଆମେରିକା, ସାଉଦୀ ଆରବ ଏବଂ ୟୁରୋପୀୟ ସଂଘ ଶନିବାର ଜି-୨୦ ଶିଖର ସମ୍ମିଳନୀ ଅବସରରରେ ଏକ ବହୁରାଷ୍ଟ୍ରୀୟ ରେଳ ଏବଂ ବନ୍ଦର ପରିକଳ୍ପନାର ଘୋଷଣା କରିଛନ୍ତି । ଏହି ଘୋଷଣାକୁ ଚୀନର ମହତ୍ତ୍ୱାକାଂକ୍ଷୀ ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ (ବିଆରଆଇ)କୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଏହି ଘୋଷଣାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ, ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଏବଂ ୟୁରୋପୀୟ ସଂଘର ନେତାଙ୍କ ସହ ଏହି ମେଗା ଭିତ୍ତିଭୂମି ଚୁକ୍ତି ଘୋଷଣା କରିଛନ୍ତି ।

ଏହି ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡରର ଶୁଭାରମ୍ଭ ଏବଂ ବୈଶ୍ୱିକ ଭିତ୍ତିଭୂମିରେ ପୁଞ୍ଜି ବିନିଯୋଗ ପାଇଁ ମିଳିତ କାର୍ଯ୍ୟକ୍ରମର ଘୋଷଣା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ମୋର ମିତ୍ର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ମୋତେ ଏହି ଆୟୋଜନର ଅଧ୍ୟକ୍ଷତା କରି ବହୁତ ଖୁସି ଅନୁଭବ ହେଉଛି ।

ସେପଟେ ବିଭିନ୍ନ ଦ୍ବିପାକ୍ଷିକ ସମ୍ପର୍କ, ସହଭାଗିତା, ସାମ୍ପ୍ରତିକ ରାଜନୈତିକ ସ୍ଥିତି, ଅର୍ଥନୈତିକ ସହଯୋଗ ଆଦି ପ୍ରସଙ୍ଗରେ ସଦସ୍ୟ ରାଷ୍ଟ୍ର ରଖିଛନ୍ତି ମତ । ଏକ ଐତିହାସିକ ଘଟଣାକ୍ରମେ ଆଫ୍ରିକାନ ୟୁନିଅନକୁ ଗ୍ରୁପ ୨୦ରେ କରାଯାଇଛି ସାମିଲ । ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନୀ ଭାଷଣ ସହ ଏହି ସମ୍ମିଳନୀର ଏଜେଣ୍ଡା ନିର୍ଦ୍ଧାରିତ କରିଥିଲେ ଏବଂ ଶେଷରେ ସେ ଦୁଇଥର ହାତୁଡ଼ି ଟେବୁଲ ଉପରେ ମାରିଥିଲେ  । ଏହାପରେ ୫୫ ଆଫ୍ରିକୀୟ ଦେଶର ସଂଘର ପ୍ରତିନିଧିତ୍ୱ କରୁଥିବା ଆଫ୍ରିକୀୟ ୟୁନିୟନର ଅଧ୍ୟକ୍ଷ ଅଜାଲି ଅସୌମାନୀ ମୋଦିଙ୍କ ସହ ଆଲିଙ୍ଗନ କରିଥିଲେ ।