୨୮ଟି ରାଜନୈତିକ ଦଳର ମୋଟ୍ ୬୩ ପ୍ରତିନିଧି ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗ ଦେବାକୁ ମୁମ୍ବାଇରେ ପହଁଚିଛନ୍ତି । ବୈଠକରେ ଇଣ୍ଡିଆ ମେଣ୍ଟର ଲୋଗୋ ଉନ୍ମୋଚନ ହେବ ବୋଲି ଜଣାପଡ଼ିଛି। ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିଛନ୍ତି, ଆଗକୁ ନିର୍ବାଚନ ଥିବାରୁ ଏନେଇ ପ୍ରସ୍ତୁତି ପାଇଁ ବୈଠକରେ କାର୍ଯ୍ୟସୂଚୀ ପ୍ରସ୍ତୁତ ହେବ। ମହାରାଷ୍ଟ୍ରରେ ବୈଠକ ହେଉଥିବାରୁ ଏମ୍ଭିଏ (ମହା ବିକାଶ ଅଘାଡ଼ି) ଗତ କିଛି ଦିନ ଧରି ଜୋରଦାର ପ୍ରସ୍ତୁତି ଚଳାଇଛି। ହାୟାତ୍ ହୋଟେଲ ବାହାରେ କେଜ୍ରିୱାଲ, ସଂଜୟ ସିଂହ ଏବଂ ସ୍ଥାନୀୟ ନେତାଙ୍କ ଫଟୋ ଥିବା ପୋଷ୍ଟର ଲଗାଯାଇଛି। ସମାଜବାଦୀ ପାର୍ଟି ମୁଖ୍ୟ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପୋଷ୍ଟର ମଧ୍ୟ ମୁମ୍ବାଇରେ ଦେଖିବାକୁ ମିଳିଛି। ଇତି ମଧ୍ୟରେ କଂଗ୍ରେସ ଦ୍ବାରା କରାଯାଇଥିବା ଏକ ଇନଷ୍ଟାଗ୍ରାମ ପୋଷ୍ଟ୍ ପାଇଁ ଉଦ୍ଧବ ଠାକ୍ରେଙ୍କ ଶିବସେନା ଦଳ ଅସନ୍ତୋଷ ପ୍ରକାଶ କରିଛି। କଂଗ୍ରେସ ଦ୍ବାରା ସେୟାର କରାଯାଇଥିବା ଏକ ପୋଷ୍ଟ୍ରେ ରାହୁଲ ଗାନ୍ଧିଙ୍କୁ ଇଣ୍ଡିଆ ମେଣ୍ଟର ନେତାଙ୍କ ମଧ୍ୟରେ ସବୁଠୁ ଆଗରେ ଦେଖିବାକୁ ମିଳିଛି।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା