ବ୍ରିଟେନକୁ ଟପି ଭାରତ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତିକ ଦେଶ,

ବିଟ୍ରେନକୁ ଟପି ଭାରତ ଅର୍ଥନୀତିରେ ଦ୍ରୁତ ଅଗ୍ରଗତି ହାସଲ କରିଛି । ଆମେରିକା, ଚୀନ, ଜାପାନ, ଜର୍ମାନୀ ପରେ ଏବେ ଭାରତ ପଂଚମ ବୃହତ ଅର୍ଥନୀତିକ ଦେଶ ତାଲିକାରେ ପାଦ ରଖିଛି । କରୋନା ପାଇଁ ଭାରତୀୟ ଅର୍ଥନୀତି ଦୁର୍ବଳ ହେବା ନେଇ ଆଶଙ୍କା ମଧ୍ୟରେ ଭଲ ଖବର ହେଉଛି ଭାରତର ଅର୍ଥନୀତି ସମୃଦ୍ଧ ହେବା ସହ ସବଳ ହେବାରେ ଲାଗିଛି । ବର୍ଷକୁ ବର୍ଷ ମଜବୁତ ହେଉଛି ଦେଶର ଅର୍ଥନୀତି । ଯାହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ଦେଖିବାକୁ ମିଳିଛି । ୟୁରୋପରେ ମାନ୍ଦାବସ୍ଥା ଭିତରେ ଘରୋଇ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ହେତୁ ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତିକ ଦେଶରେ ସାମିଲ ହୋଇଛି ।

ବୃହତମ ଅର୍ଥନୀତିରେ ଭାରତ ବ୍ରିଟେନକୁ ଅତିକ୍ରମ କରିଥିବା ତଥ୍ୟ ମିଳିଛି । ତେଣୁ ଆମେରିକା, ଚୀନ, ଜାପାନ ଏବଂ ଜର୍ମାନୀ ପରେ ଭାରତ ପଞ୍ଚମ ସ୍ଥାନରେ ପହଞ୍ଚିଥିବା ବେଳେ ବ୍ରିଟେନ ଷଷ୍ଠ ସ୍ଥାନକୁ ଖସିଛିି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ବୃହତ ଅର୍ଥନୀତିକ ଦେଶ ମଧ୍ୟରେ ଭାରତ ଏକଦା ୧୧ ତମ ସ୍ଥାନରେ ଥିଲା । ଭାରତୀୟ ଅର୍ଥନୀତିର ଆକାର ୮୫ ହଜାର ୪୭୦ କୋଟି ଡ଼ଲାର ରହିଛି । ସମାନ ଆଧାରରେ ବ୍ରିଟେନର ଅର୍ଥନୀତିର ଆକାର ୮୧ ହଜାର ୬୦୦ କୋଟି ଡ଼ଲାର ଥିଲା ।