ବି‌ରୋଧୀ ଇଣ୍ଡିଆ ମେଣ୍ଟ ଉପରେ ତୀବ୍ର ଆକ୍ରମଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ଇଣ୍ଡିଆ‌ ମେଣ୍ଟ ସନାତନ ଧର୍ମକୁ ଶେଷ କରିଦେବାକୁ ଚା‌ହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।  ଦେଶକୁ ୧ ହଜାର ବର୍ଷ ପାଇଁ ଗୋଲାମୀ ମଧ୍ୟକୁ ଠେଲିଦେବାକୁ ଷଡ଼୍‌ଯନ୍ତ୍ର କରୁଛି। ମଧ୍ୟପ୍ରଦେଶରେ  ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହି ଟିପ୍ପଣୀ ଦେଇଛନ୍ତି। ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନଙ୍କ ‘ସନାତନ ଧର୍ମ’ ଟିପ୍ପଣୀକୁ ନେଇ ବିବାଦ ଲାଗି ରହିଥିବାବେଳେ ମୋଦୀ  ପ୍ରଥମ ଥର ପାଇଁ ସର୍ବସାଧାରଣରେ ସନାତନ ଧର୍ମ ପ୍ରସଙ୍ଗରେ ଟିପ୍ପଣୀ ରଖିଛନ୍ତି। ମୋଦୀ କହିଛନ୍ତି, ନିକଟରେ ସେମାନେ ମୁମ୍ବାଇରେ ଏକ ବୈଠକ କରିଥିଲେ ଏବଂ ମୁଁ ଭାବୁଛି ଯେ ସେମାନେ ‘ଘମଣ୍ଡିଆ ମେଣ୍ଟ’କୁ କେମିତି ପରିଚାଳନା କରିବେ ସେନେଇ ରଣନୀତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ସେମାନେ ମଧ୍ୟ ଏକ ଗୁପ୍ତ ଏଜେଣ୍ଡା ଉପରେ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ରଣନୀତି ହେଉଛି ଭାରତୀୟ ସଂସ୍କୃତି ଉପରେ ଆକ୍ରମଣ। ଭାରତର ସ୍ବାଧୀନତା ସଂଗ୍ରାମୀ ଏବଂ ସନାତନ ସଂସ୍କୃତି ମଧ୍ୟରେ ଥିବା ସଂପର୍କକୁ ଦର୍ଶାଇ ମୋଦୀ କହିଛନ୍ତି , ଦେବୀ ଅହଲ୍ୟାବାଇ ହୋଲକରଙ୍କୁ ଅନୁପ୍ରାଣିତ କରିଥିବା ସନାତନ ଧର୍ମ ଏବଂ ସଂସ୍କୃତିକୁ ଶେଷ କରିବାପାଇଁ ଘମଣ୍ଡିୟା ମେଣ୍ଟ (ଇଣ୍ଡିଆ ମେଣ୍ଟ) ନିଷ୍ପତ୍ତି ନେଇଛି। ‌ମୋଦୀ କହିଛନ୍ତି, ମହାତ୍ମା ଗାନ୍ଧୀ ମଧ୍ୟ ସନାତନ ଧର୍ମକୁ ତାଙ୍କ ଜୀବନରେ ଗୁରୁତ୍ବପୂର୍ଣ୍ଣ ବିବେଚନା କରିଥିଲେ। ଜୀବନ ସାରା ସେ ପ୍ରଭୁ ଶ୍ରୀରାମଙ୍କ ଦ୍ବାରା ଅନୁପ୍ରାଣିତ ହୋଇଛନ୍ତି ଏବଂ ତାଙ୍କର ଶେଷ ଶବ୍ଦ ଥିଲା ‘ହେ ରାମ୍‌’। ସ୍ବାମୀ ବିବେକାନନ୍ଦ, ବାଲ ଗଙ୍ଗାଧର ତିଲକଙ୍କ କଥା ମଧ୍ୟ କହିଥିଲେ ମୋଦି