ଭାରତ-ବାଂଲାଦେଶ ୭ ଏମ୍ଓୟୁ ସ୍ବାକ୍ଷର
ନୂଆ ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସାକ୍ଷତ କରିବା ସହ ଦୁଇଦେଶ ମଧ୍ୟରେ ଏମୟୁ ସ୍ବାକ୍ଷର ହୋଇଛି । ଉଭୟ ମୋଦୀ ଏବଂ ହାସିନା ଆଜି ହାଇଦ୍ରାବାଦ ହାଉସ୍ରେ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆଜି ୭ଟି ଏମ୍ଓୟୁ ସ୍ବାକ୍ଷର ହୋଇଛି।
ଭାରତରେ ବାଂଲାଦେଶ ରେଳ କର୍ମଚାରୀଙ୍କ ତାଲିମ ନେଇ ଦୁଇ ରାଷ୍ଟ୍ର ମଧ୍ୟରେ ଏମ୍ଓୟୁ ସ୍ବାକ୍ଷର ହୋଇଛି। ଆଇଟି କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ରାଜିନାମା ସ୍ବାକ୍ଷର ହୋଇଛି।
ପ୍ରସାରଣ କ୍ଷେତ୍ରରେ ସହଯୋଗ ପାଇଁ ପ୍ରସାର ଭାରତୀ ଏବଂ ବିଟିଭି (ବାଂଲାଦେଶ ଟେଲିଭିଜନ) ମଧ୍ୟରେ ରାଜିନାମା ସ୍ବାକ୍ଷର ହୋଇଛି। ସିଏସଆଇଆର ( କାଉନସିଲ ଫର ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ) ଏବଂ ବିସିଏସଆଇଆର (ବାଂଲାଦେଶ କାଉନସିଲ ଅଫ୍ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ) ମଧ୍ୟରେ ଆଜି ଏକ ଏମ୍ଓୟୁ ସ୍ବାକ୍ଷର ହୋଇଛି।