ଚୀନ ବିରୋଧରେ ଭୋଟ ଦେଲାନି ଭାରତ

ଜାତିସଂଘରେ ଚୀନ ବିରୋଧରେ ଭୋଟ ଦେବାରୁ ନିବୃତ ରହିଲା ଭାରତ । ଚୀନର ଉତର-ପଶ୍ଚିମ ସିନଜାଙ୍ଗ୍ ଅଞ୍ଚଳରେ ବିଶୃଙ୍ଖଳା ଏବଂ ଅଶାନ୍ତି ଲାଗିରହିଥିବା ବେଳେ ଏହା ଉପରେ ଏକ ବିତର୍କ କରିବାକୁ ଜାତିସଂଘରେ ପ୍ରସ୍ତାବ ଆସିଥିଲା । ଚୀନର ଏହି ସ୍ୱୟଂଶାସିତ ଅଞ୍ଚଳରେ ମାନବ ଅଧିକାର ଉପରେ ବିତର୍କ କରିବାକୁ ଆମେରିକା, କାନାଡା ଏବଂ ବ୍ରିଟେନ୍ ପ୍ରସ୍ତାବ ଆଣିଥିଲେ । ଏହି ପ୍ରସ୍ତାବଟି ନାକଜ ହୋଇଯାଇଥିଲା ।୪୭ ସଦସ୍ୟ ବିଶିଷ୍ଠ ସଂଘର ୧୭ ଜଣ ସଦସ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିବା ବେଳେ ଚୀନ ସମେତ ୧୯ ସଦସ୍ୟ ଏହାକୁ ବିରୋଧ କରିଥିଲେ । କିନ୍ତୁ ଭାରତ, ବ୍ରାଜିଲ, ମେକ୍ସିକୋ ଏବଂ ୟୁକ୍ରେନ ସମେତ ୧୧ ଜଣ ଭୋଟ ଦେବାରୁ ନିବୃତ ରହିଥିଲେ । ପ୍ରସ୍ତାବ ଆସିବା ପୂର୍ବରୁ ଚୀନ ସତର୍କ କରାଇ କହିଥିଲା ଏବେ ଚୀନ ମାନବ ଅଧିକାର ଉଲଙ୍ଘନ କରୁଥିବା ଅଭିଯୋଗ ଆସିଛି, ଆଗାମୀ ଦିନରେ ଅନ୍ୟ ଦେଶଗୁଡିକ ବିରୋଧରେ ମଧ୍ୟ ଅଭିଯୋଗ ଆସିବ ।