ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟର ଦେଶବ୍ୟାପୀ ଆନ୍ଦୋଳନ । ସଂସଦର ଶୀତ ଅଧିବେଶନରେ ବିଶୃଙ୍ଖଳ ଆଚରଣ ପାଇଁ ଉଭୟ ଲୋକସଭା ଓ ରାଜ୍ୟସଭାର ୧୪୬ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିବାରୁ ଏହାର ଦେଶବ୍ୟାପୀ ପ୍ରତିବାଦ ବିରୋଧୀ ଇଣ୍ଡିଆ ମେଣ୍ଟ ପକ୍ଷରୁ କରାଯାଇଛି। ଜନ୍ତରମନ୍ତରଠାରେ ଇଣ୍ଡିଆ ମେଣ୍ଟର ବରିଷ୍ଠ ନେତାମାନେ ଏ ନେଇ ପ୍ରତିବାଦରେ ଏଜଜୁଟ ହୋଇ ‘ଗଣତନ୍ତ୍ର ବଞ୍ଚାଅ’ ଆହ୍ବାନ ଦେଇଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ସଭାପତି ରାହୁଲ ଗାନ୍ଧି, ଏନ୍ସିପି ମୁଖ୍ୟ ଶରଦ ପାୱାର, ସିପିଏମ୍ର ସୀତାରାମ ୟେଚୁରୀ ଓ ଅନ୍ୟ ବରିଷ୍ଠ ନେତାମାନେ ଜନ୍ତରମନ୍ତରଠାରେ ଆୟୋଜିତ ଆନ୍ଦୋଳନରେ ଯୋଗଦେଇ ମୋଦୀ ସରକାର ଉପରେ ବର୍ଷିଛନ୍ତି। ଆଗାମୀ ଦିନରେ ରାସ୍ତାରେ ଆନ୍ଦୋଳନ ତୀବ୍ର ହେବ ବୋଲି କଂଗ୍ରେସ କହିଛି ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post