ଏନସିପିରେ ଫାଟ: ମହାରାଷ୍ଟ୍ର ସରକାରରେ ସାମିଲ ହେଲେ ଅଜିତ ପାଓ୍ବାର

ମୁମ୍ବାଇ : ଏନସିପି ନେତା ତଥା ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ମହାରାଷ୍ଟ୍ର ରାଜନୀତିରେ ପୁଣି ଖେଳିଛନ୍ତି ନୂଆ ଚାଲ । ନିଜେ ଦଳରୁ ବାହାରି ସାମିଲ ହୋଇଛନ୍ତି ସିନ୍ଦେଙ୍କ ସରକାରରେ ।  ବାରାମତି ବିଧାନସଭାର ବିଧାୟକ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।    ଶିବସେନା ପରେ ଏନସିପି ମଧ୍ୟ ଦୁଇଫାଳ ହୋଇଯାଇଛି ।  ବିରୋଧୀ ଦଳର ନେତା ଭାବରେ କାର୍ଯ୍ୟ କରୁଥିବା ଅଜିତ ଏବେ ସରକାରରେ ସାମିଲ ହେବା ପାଇଁ ଯାଉଛନ୍ତି । ରାଜ୍ୟପାଳ ଭବନରେ ନୂଆ ମନ୍ତ୍ରୀମଣ୍ଡଳ ଶପଥ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତି ଚାଲିଛି । କୁହାଯାଉଛି ଅଜିତଙ୍କ ସମର୍ଥନରେ 29 ଏମଏଲଏ ଅଛନ୍ତି । ସେଥିରୁ 9 ମନ୍ତ୍ରୀ ବନିପାରନ୍ତି । ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଶିବସେନାରୁ କିଛି ମନ୍ତ୍ରୀ ହେବେ ଏବଂ ବିଜେପିରୁ ମଧ୍ୟ କିଛି ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ଛଗନ ଭୂଜବଳ ମଧ୍ୟ ଶପଥ ନେଇଛନ୍ତି ।ଦିଲ୍ଲୀପ ବଲସେ ପାଟିଲ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏନସିପିର 43 ବିଧାୟକ ଅଜିତ ପାଓ୍ବାରଙ୍କ ସହ ଥିବା ବିଜେପି କହିଛି ସେପଟେ ଶରଦ ପାଓ୍ବାର କହିଛନ୍ତି ବିଧାୟକମାନେ ଫେରିଆସିବେ । ଏନସିପିର 53 ବିଧାୟକ ବିଧାନସଭାରେ ଅଛନ୍ତି ।