ହକି ଇଣ୍ଡିଆର ବଡ଼ ଘୋଷଣା କଲେ ଦିଲ୍ଲୀପ ତିର୍କି
ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କି ଏବଂ ସେକ୍ରେଟେରୀ ଜେନେରାଲ ଭୋଲନାଥ ସିଂଙ୍କ ନେତୃତ୍ୱରେ ହକି ଇଣ୍ଡିଆ ଖେଳାଳିଙ୍କୁ ପ୍ରତ୍ୟେକ ବିଜୟ ପାଇଁ ୫୦ ହଜାର ଟଙ୍କା ଏବଂ ସହାୟତା କର୍ମଚାରୀଙ୍କ ପାଇଁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଏହାକୁ ସବୁ ମହଲରେ ସ୍ବାଗତ କରାଯାଇଛି । ଏକ ସପ୍ତାହ ପୂର୍ବରୁ ହକି ଇଣ୍ଡିଆ ଭାରତୀୟ ଜୁନିୟର ପୁରୁଷ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ଜୋହର କପ୍ରେ ସଫଳତା ପାଇଁ ଦୁଇ ଲକ୍ଷ ଟଙ୍କା ଏବଂ ସପୋର୍ଟ ଷ୍ଟାଫଙ୍କ ପାଇଁ ଏକ ଲକ୍ଷ ଟଙ୍କା ଘୋଷଣା କରିଥିଲା ।
ଏହି ଅବସରରେ ଦିଲୀପ ତିର୍କି କହିଛନ୍ତି ଯେ ହକି ଇଣ୍ଡିଆର ସର୍ବସମ୍ମତି କ୍ରମେ ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳର ଖେଳାଳିଙ୍କୁ ପ୍ରତ୍ୟେକ ବିଜୟ ପାଇଁ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଏହି ନଗଦ ପ୍ରୋତ୍ସାହନ ପ୍ରତିବର୍ଷ ପ୍ରଦାନ କରାଯିବ।