ନାବାଳିକା ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ: ହଟିବ ଦେଶଦ୍ରୋହ ଆଇନ
ନୂଆଦିଲ୍ଲୀ: ବଦଳିବ ଦେଶର ଆଇନ । ବ୍ରିଟିଶ ଅମଳରୁ ଯେଉଁ ଆଇନଗୁଡିକ କାର୍ଯ୍ୟକାରୀ ହୋଇଆସୁଥିଲା ତାହାକୁ ବଦଳାଇବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଦେଶରୁ ହଟିବ ଦେଶଦ୍ରୋହ ଆଇନ । ଏହା ସହ ନାବାଳିକା ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ । ଆଜି ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଣିଥିବା ବିଭିନ୍ନ ବିଲରେ ଏହି ପ୍ରସ୍ତାବ ଆଗତ ହୋଇଛି । ଏହା ସହ ବଦଳିବ ଦେଶର ୩ଟି ଚର୍ଚ୍ଚିତ ସଂହିତା ଓ ଆଇନର ନାମ । ଭାରତୀୟ ପିଙ୍ଗଳ କୋଡ୍, ୧୮୬୦ର ନାଁ ବଦଳି ଏଣିକି ହେବ ଭାରତୀୟ ନ୍ୟାୟ ସଂହିତା-୨୦୨୩ । ଅପରାଧ ପ୍ରକ୍ରିୟା ଆଇନ, ୧୮୯୮ର ନାଁ ବଦଳି ଏଣିକି ହେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ । ସେହିପରି ଭାରତୀୟ ସାକ୍ଷ୍ୟ ଆଇନ ୧୮୭୨ର ନାଁ ବଦଳି ଏଣିକି ରହିବ ଭାରତୀୟ ସାକ୍ଷ୍ୟ ବିଲ୍ ।
#WATCH | Union Home Minister Amit Shah says, "…Under this law, we are repealing laws like Sedition…," as he speaks on Bharatiya Nyaya Sanhita Bill, 2023; The Bharatiya Sakshya Bill, 2023 and The Bharatiya Nagrik Suraksha Sanhita Bill in Lok Sabha. pic.twitter.com/CHlz0VOf7Z
— ANI (@ANI) August 11, 2023
ଲୋକସଭାରେ ଏ ସଂକ୍ରାନ୍ତ ବିଲ୍ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ବିଲଗୁଡିକୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଯିବ ବୋଲି କହିଛନ୍ତି ମନ୍ତ୍ରୀ । ସେ କହିଛନ୍ତି- ଲୋକମାନେ କୋର୍ଟକୁ ଯିବାକୁ ଏକ ଦଣ୍ଡ ବୋଲି ଭାବୁଛନ୍ତି । ସେମାନେ କୋର୍ଟକୁ ଯିବାକୁ ଭୟ କରୁଛନ୍ତି । ପୂର୍ବେ ଆଇପିସିରେ ୫୧୧ଟି ଧାରା ଥିଲା । ବର୍ତ୍ତମାନ ଏଥିରେ ୩୫୬ଟି ଧାରା ରହିବ । ୧୭୫ଟି ଆଇନର ସଂଶୋଧନ କରାଯାଇଛି । ବିବାଦୀୟ ଦେଶଦ୍ରୋହ ଆଇନ(ଆଇପିସିର ଧାରା ୧୨୫-ଏ)କୁ ଉଚ୍ଛେଦ କରାଯାଇ ନୂଆ ଧାରା ତିଆରି ହୋଇଛି ବୋଲି ସେ କହିଛନ୍ତି । ନୂଆ ଆଇନ ଅନୁସାରେ ଭିଡ଼ ହତ୍ୟା କ୍ଷେତ୍ରରେ ମୃତ୍ୟୁଦଣ୍ଡ ମିଳିପାରେ । ଦୁଷ୍କର୍ମଜନିତ ଦଣ୍ଡ କ୍ଷେତ୍ରରେ କେତେକ ଆଇନରେ ପରିବର୍ତ୍ତନ କରାଯାଇଛି । ଆଜୀବନ ସଶ୍ରମ କାରାଦଣ୍ଡର ସମୟସୀମା ୧୦ ବର୍ଷରୁ କମ୍ ହେବ ନାହିଁ କିନ୍ତୁ ସମ୍ପୂର୍ଣ୍ଣ ଜୀବନ କାଳ ଯାଏ ଏହା ପରିବର୍ଦ୍ଧିତ ହୋଇପାରେ ।
#WATCH | Union Home Minister Amit Shah says, "…Under this Bill, we have set the goal that the conviction ratio has to be taken above 90%. That is why, we have brought an important provision that the Sections which provide for 7 years or a greater jail term, under all those… pic.twitter.com/Ap0eSzdCsG
— ANI (@ANI) August 11, 2023