ପ୍ରିୟଙ୍କା ଗାନ୍ଧି ଚାହୁଁଛନ୍ତି ଅଧିକା ଆସନ
ୟୁପିର ୧୦ଟି ଆସନରେ ଉପନିର୍ବାଚନ ହେବ । ପ୍ରିୟଙ୍କା ଗାନ୍ଧି ଚାହୁଁଛନ୍ତି ଅଧିକା ଆସନ । ତେବେ ସପା ଏଥିପାଇଁ ରାଜି ନାହିଁ । ପ୍ରିୟଙ୍କା ସପା ଓ କଂଗ୍ରେସ ମଧ୍ୟରେ ମେଣ୍ଟ ପାଇଁ ୬୦/୪୦ ଫର୍ମୁଲା ଦେଇଛନ୍ତି। ଅର୍ଥାତ ସପା ୬ଟିରେ ଓ କଂଗ୍ରେସ ୪ରେ ଲଢିବାକୁ ପ୍ରସ୍ତାବ ଦେଇଛି କଂଗ୍ରେସ । ୪ରୁ କମ୍ ଆସନରେ ମେଣ୍ଟକୁ ଗ୍ରହଣ ନ କରିବାକୁ ସେ କଂଗ୍ରେସ ନେତାମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସପା ମେଣ୍ଟ କଂଗ୍ରେସକୁ ସର୍ବାଧିକ ୨ଟି ଆସନ ଦେଉଛି। କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯଦି ଉଭୟ ଦଳର ନେତୃତ୍ୱରେ ଚୂଡ଼ାନ୍ତ ଆଲୋଚନା ହୁଏ, ତେବେ କଂଗ୍ରେସ ମଧ୍ୟ ୩ଟି ଆସନ ପାଇଁ ରାଜି ହେବ। ସେପଟେ ସପା କେତେକ ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିସାରିଛି ।