ଆଇପିଏଲରୁ ହ୍ୟାରି ବ୍ରୁକଙ୍କୁ ୨ବର୍ଷ ବାସନ୍ଦ

ଇଂଲଣ୍ଡ ଖେଳାଳି ହ୍ୟାରି ବ୍ରୁକଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରାଯାଇଛି। ବ୍ରୁକ ଏବେ ତାଙ୍କର ଦୁଇ ବର୍ଷର ବାସନ୍ଦ ସମାପ୍ତ କରିବା ପରେ ହିଁ ଆଇପିଏଲରେ ଖେଳିପାରିବେ। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କିଛି ଦିନ ପୂର୍ବରୁ ବ୍ରୁକ ବ୍ୟକ୍ତିଗତ କାରଣରୁ ଆଇପିଏଲ ୨୦୨୫ରୁ ତାଙ୍କ ନାମ ପ୍ରତ୍ୟାହାର କରିନେବା ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଏହି କଠିନ ନିଷ୍ପତ୍ତି ନେଇଛି। ନୂତନ ନିୟମ ଅନୁଯାୟୀ ସେ ଇଣ୍ଡିଆନ ପ୍ରିମିୟର ଲିଗରୁ ୨ ବର୍ଷର ବାସନ୍ଦର ସମ୍ମୁଖୀନ ହୋଇଥିବା ପ୍ରଥମ କ୍ରିକେଟର ମଧ୍ୟ ହୋଇଛନ୍ତି।

ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ପୂର୍ବରୁ ହ୍ୟାରି ବ୍ରୁକ ଆଇପିଏଲ ୨୦୨୫ରେ ନ ଖେଳିବା ସମ୍ପର୍କରେ ବିସିସିଆଇ ସହିତ ଯୋଗାଯୋଗ କରିଥିଲା। ଏହା ପରେ ବିସିସିଆଇ ମାଧ୍ୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜକୁ ଏହି ସୂଚନା ଦିଆଯାଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ହ୍ୟାରି ବ୍ରୁକଙ୍କୁ ୬.୨୫ କୋଟି ଟଙ୍କାରେ କିଣିଥିଲା।