ଆଜି ପବିତ୍ର ଗଣେଶ ପୂଜା

ଆଜି ପବିତ୍ର ଗଣେଶ ପୂଜା । ସାରା ଭାରତରେ ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି ଗଣେଶ ପୂଜା । ଓଡ଼ିଶାରେ ମଧ୍ୟ ବିଭିନ୍ନ ପୂଜାମଣ୍ଡପରେ ଏବଂ ଶିକ୍ଷାନୁଷ୍ଠାନରେ ଜାକଜକମରେ ପୂଜା ପାଳିତ ହେଉଛି ।

ବୁଦ୍ଧିର ଦେବତା ଶ୍ରୀଗଣେଶଙ୍କୁ ପୂଜା କରିବା ପାଇଁ ଶ୍ରଦ୍ଧାଳୁମାନେ ଅପେକ୍ଷାରେ ଅଛନ୍ତି । ସମସ୍ତ ବିଘ୍ନ ଓ ବିପଦର ହରଣକାରୀ ଭାବେ ଶ୍ରୀଗଣେଶଙ୍କୁ ପୂଜା କରାଯାଇଥାଏ । ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀରେ ପାଳିତ ହେଉଥିବା ଏହି ପୂଜା ଘରେ, ଘରେ ଏବଂ ବିଦ୍ୟାଳୟରେ ଆଜି ପାଳିତ ହେଉଛି। ପ୍ରଭୁ ଗଣେଶ କେବଳ ବିଦ୍ୟାଦାତା ନୁହନ୍ତି, ଧର୍ମଦାତା ଓ ସିଦ୍ଧିଦାତା ଭାବରେ ମଧ୍ୟ ଅଗ୍ରପୂଜ୍ୟ । ମହାରାଷ୍ଟ୍ରରୁ ଆରମ୍ଭ କରି କାଶ୍ମୀର ସବୁସ୍ଥାନରେ ଶ୍ରୀଗଣେଶଙ୍କୁ ପୂଜା କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂଜା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

ଓଡ଼ିଶାର ବିଭିନ୍ନ ପୂଜାମଣ୍ଡପ ସଜେଇ ହୋଇଛି  । ଦୁଇ ବର୍ଷ ପରେ କୋଭିଟ କଟକଣା ହଟିଛି । ଚଳିତ ବର୍ଷ କିଛି କଟକଣାରେ ପୂଜା ହେବାକୁ ପ୍ରଶାସନ ପକ୍ଷରୁ ନିର୍ଦେଶ ରହିଛି । ଶ୍ରୀ ଗଣେଶଙ୍କ  ମୂର୍ତ୍ତି ଏଥର 20 ଫୁଟ ରହିବ ବୋଲି ନିୟମ ରହିଛି । ଆଜି ବିଘ୍ନବିନାଶକଙ୍କ ପୂଜା ପାଇଁ ଗାଁ ଠୁ ସହର ଏବଂ ସମସ୍ତ ଶିକ୍ଷାନୁଷ୍ଠାନରେ ଉତ୍ସାହ ଲାଗିରହିଛି  । ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପୂଜା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି