ହାଇକୋର୍ଟ କହିଲେ, ଗୁଜରାଟ ସରକାର ଉପରେ ଭରସା ନାହିଁ, ବିନା ଅନୁମତିରେ ଚାଲୁଥିଲା ଗେମିଂ ଜୋନ

ରାଜକୋଟ ଟିଆରପି ଗେମ୍ ଜୋନରେ ନିଆଁ ଲାଗି ୨୮ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଗୁଜରାଟ ହାଇକୋର୍ଟ ରାଜକୋଟ ମହାନଗରପାଳିକାର ପ୍ରଶାସନକୁ କଟାକ୍ଷ କରିଛନ୍ତି । କୋର୍ଟ କହିଛନ୍ତି କି, ୨୮ ଜଣଙ୍କ ମୃତ୍ୟୁ ପରେ ରାଜକୋଟ୍ ପୌରପାଳିକା ଜାଣିବାକୁ ପାଇଛି କି, ସହରରେ ଏତେବଡ ଦୁଇଟି ଗେମିଂ ଜୋନ ବିନା ଅନୁମତିରେ ଚାଲୁଥିଲା । ଗୁଜରାଟ ହାଇକୋର୍ଟ ରାଜକୋଟ ପ୍ରଶାସନକୁ ଅନ୍ଧ ନା ଶୋଇ ରହିଥିଲ ବୋଲି କଟାକ୍ଷ କରିଛ୍ତିରାଜକୋଟରେ ଗେମିଂ ସେଣ୍ଟର ବିନା ଅନୁମତିରେ ଚାଲୁଥିଲା, ଏହାସହ ଅଗ୍ନି ସୁରକ୍ଷା ନେଇ କୌଣସି ଅନୁମତି ନିଆଯାଇ ନଥିଲା । ଏଭଳି ୪ ବର୍ଷ ହେବ ଚାଲୁଥିବା କଥା କୋର୍ଟ କହିଛନ୍ତି । ଏଣୁ ରାଜକୋଟ ପ୍ରଶାସନ ଓ ଗୁଜରାଟ ସରକାର ଉପରେ ଭରସା କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ସେପଟେ ଘଟଣାକୁ ଅଣଦେଖା କରିବା ଅଭିଯୋଗରେ ଗୁଜରାଟ ସରକାର ସୋମବାର ଦିନ ୬ ଅଧିକାରୀଙ୍କୁ ଛଟେଇ କରିଛନ୍ତି ।