ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାରୁ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୩୧ ଟଙ୍କା ବୃଦ୍ଧି ପାଇ ୭୪,୨୨୨ ଟଙ୍କାରେ ପହଞ୍ଚିଛି। ସୁନା ଦାମ୍ରେ ହୋଇଥିବା ବୃଦ୍ଧିର ଅନ୍ୟତମ କାରଣ ହେଉଛି ଆମେରିକାରେ ମୁଦ୍ରାସ୍ଫୀତିରେ ଘଟିଥିବା ହ୍ରାସ। ଏହାର ପ୍ରଭାବରେ ଆମେରିକା ସୁଧ ହାର ହ୍ରାସ କରିପାରେ ବୋଲି ଆଶା ସୃଷ୍ଟି ହୋଇଛି। ରୁପାର କେଜି ପିଛା ଦାମ୍ ୬୫୦୦ ଟଙ୍କା ବୃଦ୍ଧି ପାଇ ୯୨,୮୭୩ ଟଙ୍କା ହୋଇଛି।ଶିଳ୍ପ ସଂସ୍ଥାଗୁଡ଼ିକ ଅଧିକ ରୁପା କିଣୁଥିବାରୁ ତାହା ଚାହିଦା ବଢ଼ିଛି। ଚଳିତ ମାସରେ ରୁପା ଦାମ୍ରେ ୧୩,୧୫୪ ଟଙ୍କାର ବୃଦ୍ଧି ଘଟିଛି। ଚଳିତ ମାସ ସୁନା ଦାମ୍ ଏକ ପ୍ରକାର ଅସ୍ଥିର ରହିଛି। ଚଳିତ ମାସ ୨ରେ ୧୦ ଗ୍ରାମ ପିଛା ସୁନା ଦାମ୍ ୭୨,୧୬୪ ଟଙ୍କା ଥିଲା। ବର୍ତ୍ତମାନ ସୁଦ୍ଧା ସେଥିରେ ୨୮୮୭ ଟଙ୍କାର ବୃଦ୍ଧି ଘଟିଛି। ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୨୪୫୦ ଡଲାରରେ ପହଞ୍ଚିଥିଲା। ମାତ୍ର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧ ହାର କମ୍ କରିବେ ନାହିଁ ବୋଲି ଏକପ୍ରକାର ସଙ୍କେତ ଦେବା ପରେ ଦର ୨୪୧୦ ଡଲାରକୁ ହ୍ରାସ ପାଇଛି। ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଇରାନ ଘଟଣାକୁ ନେଇ ଯଦି ଉତ୍ତେଜନା ଜାରି ରହିବ ତେବେ ସୁନା ଦାମ୍ ନିକଟ ଭବିଷ୍ୟତରେ ୭୫,୦୦୦ ଠଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସାରା ବିଶ୍ବରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକୁ ସୁନା କିଣା ଜାରି ରଖିଥିବାରୁ କ୍ରମାଗତ ତୃତୀୟ ମାସ ପାଇଁ ସୁନା ମହଙ୍ଗା ହୋଇଛି।
Trending
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ