National ଶ୍ରୀନଗରରେ ୩ ଦିନ ଧରି ଚାଲିଥିବା ଜି-୨୦ ଟୁରିଜିମ ୱାର୍କିଂ ଗ୍ରୁପ୍ ବୈଠକ ଶେଷ On May 25, 2023 ଶ୍ରୀନଗର : କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀନଗରରେ ୩ ଦିନ ଧରି ଚାଲିଥିବା ଜି-୨୦ ଟୁରିଜିମ ୱାର୍କିଂ ଗ୍ରୁପ୍ ବୈଠକ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ବୈଠକର ଶେଷ ଦିନରେ ଜି-୨୦ ରାଷ୍ଟ୍ରର ପ୍ରତିନିଧିମାନେ ଶ୍ରୀନଗରରେ ମୁଗଲ ଗାର୍ଡେନ ଏବଂ ପୋଲ ଭିଉ ମାର୍କେଟ୍ ବୁଲି ନିଜର ଅନୁଭୂତି ବାଣ୍ଟିଛନ୍ତି। ବିଶ୍ବ ପ୍ରସିଦ୍ଧ ଡାଲ୍ ହ୍ରଦ ନିକଟରେ ଥିବା ନିଶାତ ଏବଂ ମୁଗଲ ଗାର୍ଡେନ ବୁଲି ପ୍ରତିନିଧିମାନେ ପର୍ଯ୍ୟଟକଙ୍କ ସହ ଫଟୋ ଉଠାଇଛନ୍ତି। ଜି-୨୦ ଆୟୋଜନକୁ ଜି-୨୦ ପ୍ରତିନିଧିମାନେ ପ୍ରଶଂସା କରିଛନ୍ତି। Share