National ବଠିଣ୍ଡା ସାମରିକ କେନ୍ଦ୍ର ଗୁଳିକାଣ୍ଡରେ 4 ମୃତ On Apr 12, 2023 ନୂଆଦିଲ୍ଲୀ: ସାମରିକ କେନ୍ଦ୍ରରେ କିଏ ଚଳାଇଲା ଗୁଳି? ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ପଞ୍ଜାବର ବଠିଣ୍ଡାସ୍ଥିତ ସାମରିକ କେନ୍ଦ୍ରରେ ଗୁଳିକାଣ୍ଡ ଘଟି ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି । ଭୋର ୪.୩୫ରେ ସାମରିକ କେନ୍ଦ୍ର ଭିତରେ ଗୁଳିକାଣ୍ଡ ଘଟିବା କଥା ରିପୋର୍ଟ ହେବା ପରେ ଉକ୍ତ କେନ୍ଦ୍ରର ‘କୁଇକ୍ ରିଆକ୍ସନ୍ ଟିମ୍’ ତତ୍ପର ହୋଇ ସେ ଅଞ୍ଚଳକୁ କର୍ଡନ୍ କରି ସିଲ୍ କରି ପକାଇ ତଦନ୍ତ ଆରମ୍ଭ କରିଛି । ତେବେ ଏହା ଆତଙ୍କବାଦୀ କାର୍ଯ୍ୟକଳାପ କି ନାହିଁ ତାହା ଜଣାପଡିନାହିଁ । ସାମରିକ କେନ୍ଦ୍ରର ଅଫିସର୍ସ ମେସ୍ ଭିତରେ ଗୁଳିକାଣ୍ଡ ଘଟିଛି। ନିହତ ବ୍ୟକ୍ତିମାନଙ୍କର ପରିଚୟ ଜାଣିବାକୁ ଉଦ୍ୟମ ଚାଲିଛି। ଗୁଳି ଚଳାଇଥିବା ବ୍ୟକ୍ତିଜଣକ ବେସାମରିକ ପୋଷାକ ପିନ୍ଧିଥିଲେ ବୋଲି କୁହାଯାଉଛି। Share