ଆସାମରେ ବନ୍ୟା ଯୋଗୁ ଅଧିକାଂଶ ଜିଲ୍ଲା ଜଳମଗ୍ନ

ଦିସପୁର: ଆସାମରେ ବନ୍ୟା ସ୍ଥିତି ସଂଗୀନ । ଚାରିଆଡ଼େ ଜଳପ୍ରଳୟର ଚିତ୍ର । ବନ୍ୟା ଯୋଗୁ ଅଧିକାଂଶ ଜିଲ୍ଲା ଜଳମଗ୍ନ ହୋଇଥିବା ବେଳେ ପ୍ରାୟ ୫ ଲକ୍ଷ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବନ୍ୟା ଯୋଗୁ ୨୨ ଜିଲ୍ଲା ଅତ୍ୟଧିକ ପ୍ରଭାବିତ ହୋଇଛି । ସପ୍ତାହେ ଧରି ବନ୍ୟାସ୍ଥିତି ଲାଗି ରହିଥିବା ବେଳେ ଭାସିଯାଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଶ୍ରୟସ୍ଥଳରେ ୧୪ ହଜାରରୁ ଅଧିକ ବିପନ୍ନ ଆଶ୍ରୟ ନେଇଛନ୍ତି । ସେପଟେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଯୋଗୁ ଅନେକ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି ।