ଏନ୍‌କାଉଣ୍ଟର୍‌ରେ ୫ଜଣ ବିଦେଶୀ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର କୁପ୍‌ୱାରା ଜିଲ୍ଲାରେ ଏନ୍‌କାଉଣ୍ଟର୍‌ରେ ୫ଜଣ ବିଦେଶୀ ଆତଙ୍କବାଦୀ ନିହତ । ସେନା ଓ ପୁଲିସର ମିଳିତ ଟିମ୍‌ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ   ଏନ୍‌କାଉଣ୍ଟର୍‌ରେ ୫ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ତଲାସ ଅଭିଯାନ ଜାରି ରହିଛି। ନିୟନ୍ତ୍ରଣ ରେଖା ନିକଟ ଜୁମାଗୁଣ୍ଡ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ  ସୂଚନା ପାଇବା ପରେ ନିରାପତ୍ତା ବଳ ତଲାସ ଅଭିଯାନ ଆରମ୍ଭ କରିଥିଲା।