କୋଚିଙ୍ଗ୍ ସେଣ୍ଟର୍ରେ ଅଗ୍ନିକାଣ୍ଡ, ଝରକା ବାଟେ ବାହାରକୁ ଡେଇଁଲେ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ମୁଖାର୍ଜୀ ନଗର ଅଞ୍ଚଳରେ ଥିବା ଗୋଟାଏ କୋଚିଙ୍ଗ୍ ସେଣ୍ଟର୍ରେ ଅଗ୍ନିକାଣ୍ଡ ଘଟିବାରୁ ଛାତ୍ରଛାତ୍ରୀମାନେ ଝରକା ଦେଇ ବାହାରକୁ ଆସିଥିଲେ । ଏହି ଭିଡିଓ ସୋସିଆଲ ମିିଡିଆରେ ଭାଇରାଲ ହେବାରେ ଲାଗିଛି । ନିଆଁ ଲାଗିବାର ପ୍ରକୃତ କାରଣ ଜଣା ନ ପଡ଼ିଲେ ବି ଗୋଟାଏ ଇଲେକ୍ଟ୍ରିକ୍ ମିଟର୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଏହି ଘଟଣାରେ ୪ଜଣ ଛାତ୍ର ଆହତ ହୋଇଛନ୍ତି। ପ୍ରାୟ ୧୨.୩୦ରେ ଉକ୍ତ କୋଚିଙ୍ଗ୍ ସେଣ୍ଟର୍ରେ ନିଆଁ ଲାଗିଥିଲା। ଝରକା ବାଟ ଦେଇ ଅଗ୍ନିଶମ କର୍ମଚାରୀମାନେ ଲୋକମାନଙ୍କୁ, ବିଶେଷ କରି ଛାତ୍ରଛାତ୍ରୀମାନଙ୍କୁ ବାହାରକୁ ଆଣିବାରେ ସହଯୋଗ କରିଥିଲେ ।
#WATCH | People escape using wires as fire breaks out in a building located in Delhi's Mukherjee Nagar; 11 fire tenders rushed to the site, rescue operation underway
(Source: Delhi Fire Department) pic.twitter.com/1AYVRojvxI
— ANI (@ANI) June 15, 2023