ବାପା ହେଲେ ଭାରତୀୟ କ୍ରିକେଟର ଅକ୍ଷର ପଟେଲ
ଅକ୍ଷର ପଟେଲଙ୍କ ପତ୍ନୀ ମେହା ମା’ ହୋଇଛନ୍ତି। ସେ ଗୋଟିଏ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଏନେଇ ଅକ୍ଷର ପଟେଲ ନିଜେ ଇନଷ୍ଟାଗ୍ରାମରେ ଖୁସି ଖବରକୁ ଜଣାଇଛନ୍ତି। କିନ୍ତୁ ମେହା ଡିସେମ୍ବର ୧୯ରୁ ମା’ ହୋଇ ସାରିଥିବା ସେ କହିଛନ୍ତି। ଅକ୍ଷର ଓ ମେହା ଇନଷ୍ଟାଗ୍ରାମରେ ସେମାନଙ୍କ ନବଜାତ ପୁଅ ଟିମ ଇଣ୍ଡିଆର ଜର୍ସୀ ପିନ୍ଧିଥିବା ଫଟୋ ପୋଷ୍ଟ କରିଛନ୍ତି।