କେନ୍ଦ୍ରର ପ୍ରସ୍ତାବକୁ ଗ୍ରହଣ କଲେନି ଚାଷୀ

କେନ୍ଦ୍ରର ପ୍ରସ୍ତାବକୁ ଗ୍ରହଣ କଲେନି ଚାଷୀ  । ଏମଏସ୍‌ପିକୁ ନେଇ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବ ସେମାନଙ୍କୁ କୌଣସି ପ୍ରକାରର ଲାଭ ଦେବ ନାହିଁ ବୋଲି ଚାଷୀମାନେ କହିଛନ୍ତି।ପ୍ରସ୍ତାବକୁ ଅଗ୍ରାହ୍ୟ କରି ଚାଷୀମାନେ ପୁଣିଥରେ ଆସନ୍ତା ୨୧ ତାରିଖ ସକାଳୁ ସେମାନଙ୍କର ଦିଲ୍ଲୀ ଚାଲୋ ବିକ୍ଷୋଭ ଶୋଭାଯାତ୍ରା ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି। ଚାଷୀଙ୍କ କହିବା କଥା ଯେ କେନ୍ଦ୍ର ସରକାର ଦେଇଥିବା ଏମଏସ୍‌ପି ପ୍ରସ୍ତାବରେ କୌଣସି ପ୍ରକାରର ସ୍ପଷ୍ଟତା ନାହିଁ। ସେମାନେ ସମସ୍ତ ୨୩ ପ୍ରକାରର ଉତ୍ପାଦ ଉପରେ ଏମଏସ୍‌ପି ଗ୍ୟାରେଣ୍ଟୀ ଚାହୁଁଛନ୍ତି। କେନ୍ଦ୍ର ସରକାର କେବଳ ଡାଲି ଜାତୀୟ ଦ୍ରବ୍ୟ, ମକା ଓ କଟନ ଉତ୍ପାଦ ଉପରେ ଏମଏସପି ଗ୍ୟାରେଣ୍ଟୀ ଦେବେ ବୋଲି କହିଥିଲେ। ତେଣୁ ଏହାକୁ ଚାଷୀମାନେ ଗ୍ରହଣ କରି ନାହାନ୍ତି।

ରବିବାର ବିଳମ୍ବିତ ରାତିରେ କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟ ୪ର୍ଥ ରାଉଣ୍ଡ ଆଲୋଚନା ହୋଇଥିଲା। ଏହି ବୈଠକରେ କେନ୍ଦ୍ର ସରକାର ଆସନ୍ତା ୫ ବର୍ଷ ପାଇଁ ଡାଲି ଜାତୀୟ ଦ୍ରବ୍ୟ, ମକା ଓ କଟନ ଫସଲକୁ ଧାର୍ଯ୍ୟ ଏମଏସ୍‌ପିରେ କିଣିବାକୁ ରାଜି ଥିବା କହିଥିଲେ। ଆଲୋଚନା ପରେ ଏହାର ବିଚାର ଚାଷୀମାନେ କରିଥିଲେ। ଏଥିସହ ଦିଲ୍ଲୀ ଚାଲୋ ଆନ୍ଦୋଳନ ଉପରେ ରୋକ ଲଗାଇଥିଲେ।