ମସ୍କ ଦେଲେ ସୂଚନା, ଟେସଲା ଭାରତ ଆସିବ

ନୂଆଦିଲ୍ଲୀ:  ଆମେରିକାରେ ମୋଦିଙ୍କ ସହ ଏଲୋନ ମସ୍କଙ୍କ ସାକ୍ଷାତ ପରେ ଭାରତ ଆସୁଛି ଟେସଲା । ନିଜେ ଟେସଲା ସିଇଓ ଏଲୋନ ମସ୍କ ଏହି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ଅବସରରେ ମସ୍କ, ମୋଦିଙ୍କୁ ସାକ୍ଷାତ କରିଥିଲେ । ଏହାପରେ ଟେସଲା ଭାରତ ଆସୁଥିବା ନେଇ ସେ ସୂଚନା ଦେଇଛନ୍ତି । ଚାରି ଦିନିଆ ଆମେରିକା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବୁଧବାର ମସ୍କ ଭେଟିଥିଲେ । ବିଭିନ୍ନ କ୍ଷେତ୍ରରେ ଜ୍ଞାନକୌଶଳକୁ ସୁଗମ ତଥା ସୁଲଭ କରିବା ପାଇଁ ଶ୍ରୀ ମସ୍କଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ବୈଦ୍ୟୁତିକ ଗତିଶୀଳତା ଏବଂ ବ୍ୟବସାୟିକ ମହାକାଶ କ୍ଷେତ୍ରକୁ ଶୀଘ୍ର ବିସ୍ତାର କରିବା ପାଇଁ ଭାରତରେ ସୁଯୋଗ ଅନୁସନ୍ଧାନ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମସ୍କଙ୍କୁ ଆମନ୍ତ୍ରଣ କରିଥିଲେ ।