ଇଲେକ୍ଟୋରାଲ ବଣ୍ଡ ମାମଲାରେ ହେବନି ଏସଆଇଟି ଯାଞ୍ଚ
ଇଲେକ୍ଟୋରାଲ ବଣ୍ଡ ମାମଲାରେ ସୁପ୍ରିମକୋର୍ଟ ଏସଆଇଟି ଯାଞ୍ଚ ଆବେଦନକୁ ଖାରଜ କରିଦେଇଛନ୍ତି । ଏହି ମାମଲାରେ ଏସଆଇଟି ଯାଞ୍ଚ ହେବନି ବୋଲି କୋର୍ଟ କହିଛନ୍ତି । କୋର୍ଟଙ୍କ କହିଛନ୍ତି ଯେ, ନିୟମ ମୁତାବକ ଏହି ଆବେଦନକୁ ଗ୍ରହଣ କରିବା ଉଚିତ୍ ନୁହେଁ । ଆବେଦନକାରୀ ଏହା ବିରୋଧରେ ହାଇକୋର୍ଟ ଯାଇପାରିବେ ବୋଲି କୋର୍ଟ କହିଛନ୍ତି ।ଶୁଣାଣି ସମୟରେ ଆବେଦନକରାରୀଙ୍କ ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ ଯେ, ଏହି ମାମଲା ହବାଲା କାଣ୍ଡ, କୋଇଲା ଘୋଟାଲା ଭଳି ଅଟେ । ଏଙି ମାମଲାରେ ନା କେବଳ ରାଜନୈତିକ ଦଳ ବରଂ ପ୍ରମୁଖ ଯାଞ୍ଚ ଏଜେନ୍ସି ମଧ୍ୟ ସାମିଲ ଅଛନ୍ତି । ଏହା ଦେଶର ସବୁଠୁ ଖରାପ ବିତ୍ତୀୟ ଘୋଟାଲା ବୋଲି ସେ କହିଥିଲେ । ତେବେ ଏହାର ଜବାବରେ ମୁଖ୍ୟ ବିଚାରପତି କହିଥିଲେ ଯେ, ଆମେ ଏହାର ଖୁଲାସା କରିବାକୁ ଆଦେଶ ଦେଇଛୁ । ଏହାକୁ ରଦ୍ଦ ମଧ୍ୟ କରିଦେଇଛୁ । ସୁପ୍ରିମକୋର୍ଟ ଇଲେକ୍ଟୋରାଲ ବଣ୍ଡ ସହ ଜଡିତ ଆବେଦନର ଶୁଣାଣି କରି ନିର୍ବାଚନ ଆୟୋଗଙ୍କ ପାଖରେ ଏନେଇ ପ୍ରଶ୍ନ କରିଥିଲେ । ଏହାପରେ ନିର୍ବାଚନ ଆୟୋଗ ଏନେଇ ତାଙ୍କ ପାଖରେ କୌଣସି ତଥ୍ୟ ନଥିବା ସୂଚନା ଦେଇନଥିଲେ । ତେବେ ପରେ ପରେ ମାର୍ଚ୍ଚ ୧୪ ତାରିଖରେ ନିର୍ବାଚନ ଆୟୋଗ ଇଲେକ୍ଟୋରାଲ ବଣ୍ଡକୁ ସାର୍ବଜନୀନ କରିଥିଲେ ।