୪ ରାଜ୍ୟର ଭୋଟ୍ ଗଣତି ଆଜି

ନୂଆଦିଲ୍ଲୀ:  ୪ଟି ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗଣତି ଚାଲିଛି। ଭାଜପା ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପାଇଁ ଏହା ଅଧିକ ଚ୍ୟାଲେଞ୍ଜିଂ। ତାଙ୍କୁ ନେତା ଭାବରେ ବହିଷ୍କାର କରିବା ପାଇଁ କଂଗ୍ରେସ ତଥା ତାଙ୍କ ଦଳ ଭିତରୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ତେବେ ଶିବରାଜ ତାଙ୍କ ସରକାରଙ୍କ କଲ୍ୟାଣ ଯୋଜନା ଉପରେ ଆତ୍ମବିଶ୍ୱାସ ପ୍ରକାଶ କରୁଛନ୍ତି। ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେଉଥିବା ବେଳେ ବିଭିନ୍ନ ସଂସ୍ଥା କରିଥିବା ଏକ୍‌ଜିଟ୍ ପୋଲ ସର୍ଭେ ଅନୁଯାୟୀ ମଧ୍ୟ ପ୍ରଦେଶରେ ବିଜେପି କ୍ଷମତା ବଜାୟ ରଖିପାରେ। ରାଜସ୍ଥାନରେ କଂଗ୍ରେସ ହାତରୁ ବିଜେପି କ୍ଷମତା ଛଡ଼ାଇପାରେ ବୋଲି ଏମାନେ ପୂର୍ବାନୁମାନ କରିଛନ୍ତି। ଛତିଶଗଡ଼ରେ କଂଗ୍ରେସ କ୍ଷମତାରେ ରହିବ ବୋଲି ପ୍ରାୟ ସମସ୍ତ ଏକଜିଟ୍‌ ପୋଲ୍ ସର୍ଭେରୁ ଜଣାପଡ଼ୁଛି। କିନ୍ତୁ କଡ଼ା ମୁକାବିଲା ନିଶ୍ଚିତ। ତେବେ ସମସ୍ତଙ୍କ ଆଖି ତେଲେଙ୍ଗାନା ଉପରେ ରହିବ। ତେଲେଙ୍ଗାନା ରାଜ୍ୟ ଗଠନ ହେବା ଦିନରୁ ୧୦ ବର୍ଷ ହେଲା କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଏଥର କ୍ଷମତାଚ୍ୟୁତ ହୋଇପାରନ୍ତି ବୋଲି କେତେକ ଏକଜିଟ୍ ପୋଲ୍‌ରୁ ଜଣାପଡ଼ିଛି।