ଉଦ୍ଧବ ଠାକରେଙ୍କୁ ଝଟକା: ପରିବର୍ତ୍ତନ ହେବନି ମହରାଷ୍ଟ୍ର ସରକାର
ନୂଆଦିଲ୍ଲୀ: ଉଦ୍ଧବ ଠାକରେଙ୍କୁ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ । ଗତବର୍ଷ ମହାରାଷ୍ଟ୍ରରେ ତାଙ୍କ ସରକାର ଭାଙ୍ଗିଯାଇଥିଲା । ରାଜ୍ୟପାଳ ସିନ୍ଦେ ଗୋଷ୍ଠୀଙ୍କୁ ସରକାର ଗଠନ କରିବା ପାଇଁ ଡାକିଥିଲେ । ଏହାକୁ ନେଇ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା । ସୁପ୍ରିମକୋର୍ଟଙ୍କ ରାୟ ଏହାକୁ ନେଇ ଆଜି ପ୍ରକାଶ ପାଇଛି । ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଉଦ୍ଧବ ଠାକରେ ଇସ୍ତଫା ଦେଇଥିବାରୁ ଆମେ କିଛି କରିପାରିବୁ ନାହିଁ ।
Eknath Shinde govt gets relief; SC says Maharashtra Governor erred, but court can't restore MVA govt as Uddhav resigned voluntarily
Read @ANI Story | https://t.co/e98OoUKzbA#EknathShinde #Maharashtra #UddhavThackeray #MaharashtraPolitics pic.twitter.com/bfbOvmEDGJ
— ANI Digital (@ani_digital) May 11, 2023
ଫ୍ଲୋର ଟେଷ୍ଟ ଦେବା ଉଦ୍ଧବଙ୍କ ବଡ଼ ଭୁଲ ବୋଲି କହିଛନ୍ତି କୋର୍ଟ । ଏହା ସହ ଯେଉଁ ବିଧାୟକଙ୍କ ଅଯୋଗ୍ୟ କଥା ଉଦ୍ଧବ ଉଠାଇଛନ୍ତି ତାହା ବାଚସ୍ପତ୍ତିଙ୍କ ଦାୟିତ୍ବ । ଆମେ ତାହା ଉପରେ ନିଷ୍ପତ୍ତି ନେଇପାରିବୁ ନାହିଁ । ସମ୍ବିଧାନ ବେଞ୍ଚରେ ପ୍ରଧାନ ବିଚାରପତି ଡି.ଓ୍ୱାଇ ଚନ୍ଦ୍ରଚୁଡ କହିଛନ୍ତି । ଏହି ମାମଲାରେ ସମସ୍ତଙ୍କର କିଛି କିଛି ଭୁଲ ରହିଛି । ତେଣୁ ବର୍ତ୍ତମାନର ସରକାରଙ୍କୁ ବାହାର କରିହେବନାହିଁ ।
This is a victory for democracy and the democratic process. We are satisfied with the verdict given by the Supreme Court: Maharashtra Deputy CM & BJP leader Devendra Fadnavis, in Mumbai pic.twitter.com/SOHaAKNyHy
— ANI (@ANI) May 11, 2023