ନିଜ କାର୍ଯ୍ୟରେ ‘ଇଡି’ ସମ୍ପୂର୍ଣ୍ଣ ମୁକ୍ତ
ସରକାରୀ ଗସ୍ତରେ ଯାଇ ୱାସିଂଟନ୍ ଡିସିରେ ପହଞ୍ଚିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଦିନ ଗଣମାଧ୍ୟମକୁ କହିଛନ୍ତି ଯେ, ରାଜନୈତିକ ହାତ-ବାରସୀ ନୁହେଁ, ନିଜ କାର୍ଯ୍ୟ ସମ୍ପାଦନ କରିବାରେ ପ୍ରବର୍ତ୍ତନ ନିର୍ଦେଶାଳୟ ସମ୍ପୂର୍ଣ୍ଣ ମୁକ୍ତ।
‘ପ୍ରବର୍ତ୍ତନ ନିର୍ଦେଶାଳୟ’କୁ ନାଗରିକମାନଙ୍କ ବିରୋଧରେ ଉପଯୋଗ କରାଯାଉଛି କି, ବୋଲି ପଚାରିବାରୁ ଅର୍ଥମନ୍ତ୍ରୀ କହିଲେ, ‘ଇଡି’ ହେଉଛି ଗୋଟାଏ ଏଜେନ୍ସି ଯେ, ବଡ଼ ବଡ଼ ଅପରାଧରେ ସଂଶ୍ଲିଷ୍ଟ ଥିବା ଛୋଟ ଛୋଟ ଉପାଦାନଗୁଡ଼ିକର ତଦନ୍ତ କରେ। ଆପଣା କାର୍ଯ୍ୟ କ୍ଷେତ୍ରରେ ‘ଇଡି’ ସମ୍ପୂର୍ଣ୍ଣ ସ୍ବାଧୀନ। କିଛି ନା କିଛି ପ୍ରମାଣ ପାଇଥିବାରୁ ‘ଇଡି’ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ଦୃଷ୍ଟାନ୍ତସ୍ବରୂପ ସେ ଭଳି ଅନେକ ମାମଲା ରହିଛି।