ଦାଉଦ ଇବ୍ରାହିମର ଭାଇ ଘରେ ଇଡି

ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କୀ ଦାଉଦ ଇବ୍ରାହିମର ଭାଇ ଇକବାଲ କାସକର ଘରେ ପଶିଲା ଇଡି । ମନି ଲଣ୍ଡ୍ରିଂ ମାମଲାରେ ଏହି ରେଡ କରି କାସକରର ଗୋଟିଏ ଫ୍ଲାଟକୁ ଜବତ କରିଛି । ଏହି ଫ୍ଲାଟଟି ପୁଣେରେ ରହିଛି । ଖାଲି କାସକର ନୁହେଁ ତାର ସହଯୋଗୀ ଘରେ ମଧ୍ୟ ରେଡ କରୁଛି ଇଡି ।

ଦାଉଦ ଭାରତ ବାହାରେ ରହି ଭାରତରେ ଏକ୍ସଟର୍ସନ, ଆକ୍ରମଣ, ଅପହରଣ ପରି ଘଟଣା ଘଟାଉଛି । ଏଥିରେ ତାର ଭାଇ କାସକରର ସମ୍ପୃକ୍ତି ରହିଛି । ଏଥିପାଇଁ ଥାନେ ପୋଲିସ ୨୦୧୭ରେ ଏକ ମାମଲା ରୁଜୁ କରିଥିଲା କାସକର ନାମରେ । ଏଥିସହ ୨୦୨୨ରେ ଇଡି ତରଫରୁ ବିଭିନ୍ନ ସ୍ଥାନରେ ରେଡ କରାଯାଇଥିଲା । କାସକର ବିରୋଧରେ ଅଭିଯୋଗ ରହିଛି କି, ସେ ଓ ତାର ସହଯୋଗୀ ମୁମତାଜ ଶେଖ ଓ ଇସରାର ସଇଦ ମୁମ୍ବାଇ ତଥା ମହାରାଷ୍ଟ୍ରର ବହୁ ବଡ ବଡ ବ୍ୟବସାୟୀଙ୍କ ଠାରୁ ପ୍ଲଟ, ଟଙ୍କା ନେଉଥିଲେ ।